Connect with us

ଅପରାଧ

ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଫାଇଲ ପୁଣି ଖୋଲିଲା

ସାଙ୍କେତିକ ଚିତ୍ର

ଭୁବନେଶ୍ୱର:- ଭୁବନେଶ୍ୱର ରେଳ ଷ୍ଟେସନ୍‌ର ଏକ ନଂ ପ୍ଲାଟଫର୍ମ ରେ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରିପୋର୍ଟ ସପ୍ତାହକ ମଧ୍ୟରେ ଦେବାକୁ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ନିର୍ଦେଶ ଦେଇଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଡାକ୍ତର ରଥଙ୍କ ମୃତ୍ୟୁ ଘଟିଥିଲା ଓ ସେ କାହିଁକି କ୍ଲିନିକ୍ ଛାଡ଼ି ରାତିରେ ରେଳଷ୍ଟେସନ୍‌କୁ ଆସିଲେ, ସେ ନେଇ ପୁଙ୍ଖାନୁପୁଙ୍ଖ ତଥ୍ୟ ଦେବାକୁ ଏଡିଜି ଶ୍ରୀ ଆଚାର୍ଯ୍ୟ ଡିଏସ୍‌ପି ଅରୁଣ ସାହୁଙ୍କୁ ଦାୟିତ୍ବ ଦେଇଛନ୍ତି । ତେଣୁ ଡାକ୍ତର ମୃତ୍ୟୁ ଘଟଣାର ପୁଣି ଥରେ ତଦନ୍ତ ହେବ ବୋଲି ରେଳବାଇ ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ପ୍ରକାଶଥାଉକି ପାଖାପାଖି ଏକ ମାସ ତଳେ ଭୁବନେଶ୍ବର ଷ୍ଟେସନ୍‌ରେ ବିଏମ୍‌ସି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଥଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ଷ୍ଟେସନ୍‌ରେ ଲାଗିଥିବା ସିସି କ୍ୟାମେରାରେ ସ୍ପଷ୍ଟ ଭାବେ ଦେଖାଯାଉଥିଲା କି ଡାକ୍ତର ମୋବାଇଲ ଫୋନ୍‌ରେ କଥା ହୋଇ ଯାଉଥିଲେ । କିନ୍ତୁ ତାଙ୍କ ମୃତଦେହ ଷ୍ଟେସନ୍‌ର ଶେଷ ଭାଗ ରେ ତଳେ ପଡିଥିଲା । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ତେବେ ପରିବାର ଲୋକ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । କିନ୍ତୁ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ବ୍ୟବଚ୍ଛେଦ ରିପୋର୍ଟରେ ପ୍ରଚୁର ରକ୍ତସ୍ରାବ, ଛାତିରେ ଯନ୍ତ୍ରଣା ଏବ˚ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଥିଲା । ପରିବାର ଲୋକ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କୁ ଭେଟି ଘଟଣାର ପୁନଃ ତଦନ୍ତ ଦାବି କରିଥିଲେ । ପରିବାର ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି ଏଡିଜି ଆଚାର୍ଯ୍ୟ ଏଭଳି ନି‌େର୍ଦଶ ଦେଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ