Connect with us

ଓଡିଶା

ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନ

ସାଙ୍କେତିକ

ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନ
ଅତନୁ, ଗଣେଶଙ୍କ ସମେତ ୪ଜଣ ଦାଖଲ କଲେ ପ୍ରାର୍ଥୀପତ୍ର
କେନ୍ଦ୍ରାପଡ଼ା, ୦୩ ଏପ୍ରିଲ – ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡା ରାଜନୀତି ସରଗରମ ହୋଇ ଉଠିଥିବାବେଳେ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଗଣେଶ୍ୱର ବେହେରାଙ୍କ ସମେତ ୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲର ପ୍ରଥମ ଦିନରେ କୈାଣସି ବିଧାୟକ ଓ ସାଂସଦ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିନଥିଲେ । ମାତ୍ର ଦ୍ୱିତୀୟ ଦିନରେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଗଣେଶ୍ୱର ବେହେରା ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଜିଲ୍ଲା କାର୍ଯ୍ୟାଳୟରେ ପହଁଚି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ମହାକାଳପଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଜିଲ୍ଲା କାର୍ଯ୍ୟାଳୟରେ ପହଁଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଉଭୟ ତିନି ତିନି ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅତନୁ ଅନ୍ୟ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା କାର୍ଯ୍ୟାଳୟରେ ପହଁଚିବା ସହ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀଭାବେ ଅନ୍ୟ ଦୁଇଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି । ସେମାନଙ୍କ ମଧ୍ୟରୁ ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ଅଜୟ କୁମାର ବେହେରା ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ଅବସରପ୍ରାପ୍ତ ପ୍ରଶାସକ ପଦ୍ମନାଭ ଚୈାଧୁରୀ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜିଲ୍ଲା ନିର୍ବାଚନଙ୍କ ସୁତ୍ରରୁ ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା