Connect with us

ଓଡିଶା

ପୁରୀ ଲୋକସଭା ପାଇଁ ଜଣେ ଓ ବିଧାନସଭା ପାଇଁ ୫ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ସାଙ୍କେତିକ

ପୁରୀ ଲୋକସଭା ପାଇଁ ଜଣେ ଓ ବିଧାନସଭା ପାଇଁ ୫ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ
ପୁରୀ, ୦୩ ଏପ୍ରିଲ – ପୁରୀ ଲୋକସଭା ଓ ୪ଟି ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲର ସପ୍ତମ ଦିନରେ ୬ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲୋକସଭା ପ୍ରାର୍ଥୀପାଇଁ ବିଜେଡି ଦଳର ପିନାକୀ ମିଶ୍ର ରିଟର୍ଣ୍ଣି ଅଫିସର ତଥା ଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନାଦେଇ କହିଲେ ଓଡିଶାର ଜନସାଧାରଣ ବିଜେଡି ଦଳ ଓ ନବୀନ ବାବୁଙ୍କୁ ଭଲ ପାଆନ୍ତି । ଓଡିଶାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା ହେବା ସହ ତାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ସଦାବେଳେ ଉଦ୍ୟମ କରିଆସିଛନ୍ତି । ଗରିବଙ୍କ ଆଖିରୁ ଲୁହ ପୋଛିବା ପାଇଁ ନବୀନ ବାବୁ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି

ଗତଥର ପୁରୀଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ୬ଟି ବିଜେଡି ଦଖଲ କରିଥିଲା । ଏଥର ୭ରୁ ୭ ବଜେଡି ଦଖଲ କରିବ । ରାଜ୍ୟ ସରକାର ଲୋକଙ୍କର ସ୍ନେହ ଓ ମମତାରେ ବାନ୍ଧି ହୋଇଯାଇଛି । ପ୍ରତି ଆଖିରୁ ଲୁହ ପୋଛିବା ପାଇଁ ନବୀନବାବୁ ଉଦ୍ୟମ କରିଛନ୍ତି । ପୁଣି ନବୀନବାବୁ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । ବିରୋଧୀଦଳ ଅନେକ ସ୍ୱପ୍ନ ଦେଖୁଛନ୍ତି । ସେମାନେ ୨୦୦୯, ୨୦୧୪, ୨୦୧୯ ଓ ୨୦୨୪ରେ ସ୍ୱପ୍ନ ଦେଖିବେ । ସ୍ୱପ୍ନ ଦେଖିବାକୁ ପଇସା ପଡେନାହିଁ । ଲୋକମାନଙ୍କ କାମ ବିଜେଡି କରୁଥିବାରୁ ପୁଣି ବିଜେଡି ତାର ବିଜୟଯାତ୍ରା ଅବ୍ୟାହତ ରଖିବ ।
ପିପିଲି ବିଧାନସଭା ଆସନ ପାଇଁ ବିଜୁଜନତାଦଳର ପ୍ରାର୍ଥୀ ପ୍ରଦୀପ ମହାରଥୀ ତାଙ୍କ ନାମାଙ୍କନ ପତ୍ର ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିଛନ୍ତି । ଦାଖଲ କରି ଶ୍ରୀ ମହାରଥୀ କହିଲେ ଆମେ ଜିତିଥିଲୁ, ଜିତିବୁ ଓ ଜୁତୁଥିବୁ । ଲୋକମାନଙ୍କ ଅଶା ଭରସା ବିଜୁ ଜନତାଦଳ ଉପରେ ରହିଛି । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ତାଙ୍କ ପ୍ରାର୍ଥୀପତ୍ର ରିଟର୍ଣ୍ଣି ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିଛନ୍ତି । ପୁରୀବିଧାନସଭା ପାଇଁ ବିଜେଡି ଦଳର ପ୍ରାର୍ଥୀ ମହେଶ୍ୱର ମହାନ୍ତି ତାଙ୍କ ପଟୁଆର ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିଲେ । ସେଠାରୁ ଯାଇ ରିଟର୍ଣ୍ଣି ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଯୋଗଦେଇଥିଲେ । ଶୋଭାଯାତ୍ରାକୁ ନେଇ ବିବାଦ ଉପୁଜିଥିବା ଚର୍ଚ୍ଚା ହେଉଛି । ଅନ୍ୟଦଳର ଶୋଭାଯାତ୍ରାକୁ ଟାଉନଥାନାଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଛାଡୁ ନଥିବାବେଳେ ମହେଶ୍ୱରଙ୍କ ଶୋଭାଯାତ୍ରାକୁ କିପରି ଛଡାଗଲା । ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ୪୦ମିନିଟ୍ ଧରି ଦୋଳମଣ୍ଡପସାହି ଜାମ ହୋଇ ରହିଯାଇଥିଲା ।

ସ୍ଥାନୀୟ ଅଂଚଳ ବାସିନ୍ଦା ଘରୁ ବାହାରି ଯିବା ପାଇଁ ଅସମର୍ଥ ହୋଇଥିଲେ । ୧୦୮ ବ୍ରହ୍ମଗିରି ବିଧାନସଭା ପାଇଁ ଭାରତୀୟ ଜନତାପାର୍ଟି ପକ୍ଷରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରିଟର୍ଣ୍ଣି ଅଧିକାରୀଙ୍କଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ହଜାର ହଜାର ସମର୍ଥକ ଶ୍ରୀଅଲାରନାଥଙ୍କୁ ମୁଣ୍ଡିଆ ମାରି ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଂଚିଥିଲେ । କୃଷ୍ଣପ୍ରସାଦ ଅଂଚଳର ବ୍ରଜକୋଟ ଗ୍ରାମପଞ୍ଚାୟତର ଉଦୟଗିରି ଗ୍ରାମର ପୂର୍ବତନ ସରପଂଚ ଅଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଶାତାଧିକ କର୍ମୀ ବିଜେପି ସ୍ଲୋଗାନ୍ ଦେଇ ଶୋଭାଯାତ୍ରାରେ ଆସିଥିଲେ । ଶୋଭାଯାତ୍ରା ଦେଖି ବିଜେପିର ସମର୍ଥନ ବଢିଛି ବୋଲି ପୁରୀ ସହରରେ ଚର୍ଚ୍ଚା ହେଉଥିଲା । ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ନିମାପଡା ବିଧାନସଭା ପ୍ରାର୍ଥୀଭାବେ ବିଜେଡିର ସମୀର ରଞ୍ଜନ ଦାଶ ତାଙ୍କ ପ୍ରାର୍ଥୀପତ୍ର ରିଟର୍ଣ୍ଣି ଅଫିସର ତଥା ଆଡିସନାଲ ସବକଲେକ୍ଟର ନିହାରିକା ନାୟକ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା