Connect with us

ଦେଶ

ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ଶୋକ , ଭାରତୀୟ ସେନା ସ୍ତବ୍ଧ

s media

ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ଶୋକ , ଭାରତୀୟ ସେନା ସ୍ତବ୍ଧ

ନୂଆଦିଲ୍ଲୀ -9-12

ତାମିଲନାଡୁର ନୀଳଗିରି ଜିଲ୍ଲା ଅନ୍ତର୍ଗତ କୂଂନୁର ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ବାୟୁସେନାର ଗୋଟେ ହେଲିକପ୍ଟର ଧ୍ବଂସ ହୋଇଯାଇଛି l ଏହି ଦୁର୍ଘଟଣାରେ ମିଳିତ ସେନାର ସିଡ଼ିଏସ ଜେନେରାଲ ବିପିନ ରାବତ ଓ ତାଙ୍କ ଧର୍ମ ପତ୍ନୀ ସମେତ 13 ଜଣ ପ୍ରାଣ ହରାଇଛନ୍ତି l ବିପିନ ରାବତଙ୍କ ମୃତ ଶରୀର ଆଜି ଦିଲ୍ଲୀ ଅଣାଯିବ l ବିମାନ ବନ୍ଦରରେ ସେନାର ତିନି ବାହିନୀ ପକ୍ଷରୁ ମିଳିତ ଗାର୍ଡ ଅଫ ଅନର ଦେଇସାରିଲା ପରେ ତାଙ୍କ ବାସଭବନକୁ ନିଆଯିବାର କାର୍ଯ୍ୟକ୍ରମ ରହିଥିବାର ଜଣାଯାଏ l
ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଜଙ୍ଗଲ ମନ୍ତ୍ରୀ କେ .ରାମଚନ୍ଦ୍ରନ ଦୁର୍ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ଖବର ପାଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ,ଉତରାଖଣ୍ଡର ପୂର୍ବ ମୁଖ୍ୟମନ୍ତ୍ରୀ ତୀର୍ଥ ସିଂ ରାବତ ଓ କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ଟମଟା ପ୍ରଭୃତି ବିପିନ ରାବତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଂଚିଥିଲେ l.ସନ୍ଧ୍ୟା 6.30 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲା କ୍ୟାବିନେଟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l

Click to comment

Leave a Reply

Your email address will not be published. Required fields are marked *

More in ଦେଶ