Connect with us

ଆଞ୍ଚଳିକ

ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଆଦିବାସୀ ଖାଦ୍ୟ ମେଳା

ସାଙ୍କେତିକ

ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଆଦିବାସୀ ଖାଦ୍ୟ ମେଳା
ଭୁବନେଶ୍ୱର, ୦୧ ନଭେମ୍ବର – ଜଙ୍ଗଲରେ ଉତ୍ପନ ହେଉଥିବା ଖାଦ୍ୟ ସାମଗ୍ରୀକୁ ନେଇ ଆଦିବାସୀ ଖାଦ୍ୟ ମେଳା ସ୍ଥାନୀୟ ପଦର୍ଶନୀ ପଡିଆରେ ଆରମ୍ଭ ହୋଇଛି । କଳିଙ୍ଗ ପୁସ୍ତକ ମେଳା ପରିସରରେ ଥିବା ଏହି ଖାଦ୍ୟ ମେଳାରେ ମୋଟ ୫ ଟି ଷ୍ଟଲରେ ବିଭିନ୍ନ ଜଙ୍ଗଲ ଜାତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେବ ।

ଏହି ଅବସରରେ ସ୍ଥାନୀୟ ରେଡକ୍ରସ୍ ଭାବନ ଠାରେ କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ବରଗଡ, ନବରଙ୍ଗପୁର, ଖୋର୍ଦ୍ଧା, କନ୍ଧମାଳ, କଟକ, ସମ୍ବଲପୁର, ଢେଙ୍କାନାଳ, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲା ଗୁଡିକରୁ ଆସିଥିବା ଶହେରୁ ଊର୍ଦ୍ଧ୍ ଆଦିବାସୀ ମହିଳାଙ୍କୁ ଜଙ୍ଗଲ ଜାତ ଖାଦ୍ୟ ସାମଗ୍ରୀର ଉପାଦେୟତା ଓ ଆଜିର ଦିନରେ ଏହାର ଆବଶ୍ୟକତା ଏବଂ ମେଳାର ପ୍ରୟୋଜନତା ସଂକ୍ରାନ୍ତରେ ରେ ବିଶେଷଜ୍ଞ ମାନେ ବିଭିନ୍ନ ଆଲୋଚନା କରିଥିଲେ ।

ମେଳାର ଉଦାଘାଟନୀ ଉତ୍ସବରେ ଅତିଥିଭାବେ ଓଡିଶା ଖାଦ୍ୟ କମିଶନର ସଦସ୍ୟା ଡଃ ସିପ୍ରା ମଲ୍ଲିକ, ଓଡିଶା ସରକାରଙ୍କର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ, ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ପିକକ୍ ର ନିର୍ଦ୍ଦେଶିକା ଡଃ ମିନାକ୍ଷୀ ପଣ୍ଡା ପ୍ରମୁଖ ପାରମ୍ପାରିକ ଖାଦ୍ୟର ଉପାଦେୟତା, ସୁଷମ ଖାଦ୍ୟ ଆଲୋକପାତ କହିଥିଲେ । ବିଶେଷକରି ପୂର୍ବରୁ ଜଙ୍ଗଲରେ ଆଦିବାସୀ ମାନଙ୍କ ଦ୍ୱାରା ହେଉଥିବା ଚାଷ ଓ ଖାଦ୍ୟ ସାମଗ୍ରୀର ପୃଷ୍ଟି ସମ୍ପର୍କରେ ଅନେକ ଉଦାହରଣ ଦେଇଥିଲେ ।
ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାର ୨୨ଟି ଗ୍ରାମରେ କୁପୋଷଣ ପାଇଁ ପାରମ୍ପାରିକ ଦେଶୀ ଜଙ୍ଗଲ ଜାତ ଖାଦ୍ୟ, ଦେଶୀ ବିହନର ସୁରକ୍ଷା ଉପରେ ପିପୁଲସ୍ କଲ୍ଚରାଲ ସେଂଟର (ପିକକ୍), ଦିଶା, କଜ୍ ଅନୁଷ୍ଠାନ, ଟିଡିଏଚ ଓ ବିଏମଜେ ସହଯୋଗରେ ଏହି ପ୍ରକଳ୍ପ କୁ କାର୍ଯ୍ୟକାରୀ କରୁଛନ୍ତି । ପିକକ୍ ଦ୍ୱାରା ଆୟୋଜିତ ଏହି ଖାଦ୍ୟ ମେଳାର ଉଦାଘାଟନୀ ଉତ୍ସବରେ ପିକକ୍ ର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଏହିମେଳାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ