Connect with us

ଓଡିଶା

ଆନ୍ଦୋଳନରୁ ଓହରିଲେ ଓକିଲ , ନଭେମ୍ବର ୪ ରୁ କାର୍ଯ୍ୟରେ ଯୋଗ ଦେବେ

ସାଙ୍କେତିକ

ଆନ୍ଦୋଳନରୁ ଓହରିଲେ ଓକିଲ , ନଭେମ୍ବର ୪ ରୁ କାର୍ଯ୍ୟରେ ଯୋଗ ଦେବେ
ଭୁବନେଶ୍ୱର, ୦୧ ନଭେମ୍ବର – ଦୀର୍ଘ ଦିନର ଆନ୍ଦୋଳନ ପରେ ନରମିଛନ୍ତି ଆଇନଜୀବୀ । ଆସନ୍ତା ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବାକୁ ଓକିଲ ମାନେ ନିଷ୍ପତି ନେଇଛନ୍ତି । ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବା ନେଇ ଆସୋସଇଏସନ୍ ର ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି । କେନ୍ଦ୍ର ଆଇନ୍ ମନ୍ତ୍ରୀ ଦାବି ପୂରଣ ସମ୍ପର୍କରେ ବିଚାର କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କଲୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ହାଇକୋର୍ଟରେ କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିଲେ ।ଏହାକୁ ନେଇ ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଥିଲେ ।
ଗତ ସପ୍ତାହରେ ବାର କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ମୋଟ ୬୮ଟି ବାରକୁ ଚିଠି ଲେଖି ତାଗିଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ ବା ବିସିଆଇ । କାର୍ଯ୍ୟରେ ଯୋଗ ନଦେଲେ ଆଇନଜୀବୀଙ୍କୁ ନିଲମ୍ବିତ କରାଯିବ, ଏହା ସେମାନଙ୍କୁ କୌଣସି ନିର୍ବାଚନରେ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଚୋତାବନୀ ଦେଇଥିଲେ ବିସିଆଇ । ସୁପ୍ରିମକୋର୍ଟ ବି ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା