Connect with us

ଓଡିଶା

ଜୁଲାଇ୨୦ରେ ପାଟକୁରା ବିଧାନ ସଭା ଆସନ ପାଇଁ ନିର୍ବାଚନ

ଜୁଲାଇ ୨୦ ରେ ପାଟକୁରା ବିଧାନ ସଭା ଆସନ ପାଇଁ ନିର୍ବାଚନ

ଜୁଲାଇ ୨୦ ରେ ପାଟକୁରା ବିଧାନ ସଭା ଆସନ ପାଇଁ ନିର୍ବାଚନ
କେନ୍ଦ୍ରାପଡ଼ା, ୦୪ ଜୁଲାଇ – ଆସନ୍ତା ୨୦ ତାରିଖ ଦିନ ପାଟକୁରା ବିଧାନ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ନିର୍ବାଚନରେ ୨ଲକ୍ଷ ୪୪ ହଜାର ୭୪୭ ଜଣ ଭୋଟର ୩୦୯ ଟି ଭୋଟ୍ କେନ୍ଦ୍ରରେ ସେମାନଙ୍କର ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା ଭୋଟର ଅଟନ୍ତି ।
ସୁଚନା ଯୋଗ୍ୟ ଯେ ,ଗତ ସାଧାରଣ ନିର୍ବାଚନ ସମୟରେ ପାଟକୁରା ବିଧାନ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗୱାଲାଙ୍କ ଦେହାନ୍ତ ହୋଇ ଥିଲା । ଫଳରେ ଏହି ଆସନ ପାଇଁ ନିର୍ବାଚନ ବନ୍ଦ ରହିଥିଲା । ଏହି ନିର୍ବାଚନ ଆସନ୍ତା ୨୦ ତାରିଖ ରେ ହେବା ସହ ୨୪ ତାରିଖରେ ଭୋଟ ଗଣତି ହେବ ବୋଲି ପାଇଁ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହି ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରା ରାଜନୀତି ସରଗରମ ହୋଇ ପଡିଛି । ବହୁ ଚର୍ଚ୍ଚାରେ ଥିବା ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଶ୍ରୀ ଗୁଣ୍ଡିଚାରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କୁ ରଥରେ ଦର୍ଶନ କରି ଯାଇଛନ୍ତି । ସେହି ପରି ସ୍ୱର୍ଗତ ବେଦ ପ୍ରକାଶ ଅଗୱାଲାଙ୍କ ପତ୍ନୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାବିତ୍ରୀ ଅଗୱାଲା ଓ କଂଗ୍ରେସ ଦଳର ପ୍ରାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ନିର୍ବାଚନ ମଣ୍ଡଳୀ ରଥ ଯାତ୍ରାରେ ପହଂଚି ଶ୍ରୀ ଜୀଉମାନଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା