Connect with us

ଓଡିଶା

ତିତଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍

ସାଙ୍କେତିକ ଚିତ୍ର

ତିତଲି କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍
ଗଜପତି ଜିଲ୍ଲା ଗସ୍ତରେ ଏସଆରସି , ମୃତ୍ୟୁ ସଂଖ୍ୟା ୭୭ ଛୁଇଁଲା
ଭୁବନେଶ୍ୱର,୨୪ା୧୦ : ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାରେ କ୍ଷୟକ୍ଷତି ଅନୁଧ୍ୟାନ କରିବାପାଇଁ କେନ୍ଦ୍ରୀୟ ଟିମ୍ ଖୁବ୍ ଶୀଘ୍ର ଓଡିଶା ଆସିବେ ବୋଲି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ପ୍ରକାଶ କରିଛନ୍ତି । ସର୍ବାଧିକ ଗଜପତି ଜିଲ୍ଲାରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟ କିପରି ଚାଲିଛି ସେସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବାପାଇଁ ଏସଆରସି ବିଷ୍ଣୁପଦ ସେଠୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ସେଠାକୁ ଗସ୍ତ କରିଛନ୍ତି ।

ସେଠାରେ ପହଂଚିବା ପରେ ଏହି ଟିମ୍ ଜିଲ୍ଲାର ଅଧିକାରୀମାନଙ୍କ ସହ ସମ୍ପୃକ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତମାନ ସୁଦ୍ଧା ତିତଲିରେ ମୃତକଙ୍କ ସଂଖ୍ୟା ୭୭କୁ ଛୁଇଁଛି । ଏଥିମଧ୍ୟରୁ ୫୮ ଜଣଙ୍କର ମୃତ୍ୟୁ ପ୍ରମାଣିତ ହୋଇସାରିଛି ଏବଂ ୧୯ ଜଣଙ୍କର ମୃତ୍ୟୁର କାରଣ ନେଇ ଅନୁଧ୍ୟାନ ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା