Connect with us

ଅପରାଧ

ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ

ସାଙ୍କେତିକ ଚିତ୍ର

ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ
ଭୁବନେଶ୍ୱର :- ବୀର ସୁରେନ୍ଦ୍ରସାଏ ନଗରରେ ଦୀର୍ଘ ୪୦ ବର୍ଷ ତଳୁ ପୋଲିସ ଫାଣ୍ଡି କାମ କରି ଆସୁଥିଲା ବେଳେ ଗତ ୪-୫ ବର୍ଷ ହେଲା ଏହା ସହିଦ ନଗର ଥାନାରେ ଚାଲୁଛି । ଫାଣ୍ଡି ପାଇଁ ଭଡ଼ା ଘର ଅଭାବ ହେଉ କି ଅଫିସ ଗୃହ ନିର୍ମାଣ କରିବାରେ ବିଳମ୍ବ ହେଉ ଆମ ଅଂଚଳର ଫାଣ୍ଡି ସହିଦଗର ଥାନାରେ ଚାଲିବାର କିଛି ମାନେ ନଥାଏ ।

ଏହାର ସମାଧାନ ତଥା ତୁରନ୍ତ ସହଦି ନଗର ଥାନାରୁ ଭି.ଏସ.ଏସ ନଗରକୁ ଫାଣ୍ଡି ଫେରାଇ ଆଣିବା ପାଇଁ ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ଆଜି ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶ ଶର୍ମା, ଯୁଗ୍ମ-ସମ୍ପାଦକ ନିମାଇଁ ଚରଣ ଦାସ ଓ ପ୍ରତାପ କୁମାର ନନ୍ଦ ସାମିଲ ହୋଇ ପୋଲିସ୍ ଫାଣ୍ଡି ନଥିବାରୁ କଲୋନୀରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ପୋଲିସ କମିଶନଙ୍କୁ ଅବଗତ କରାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ