Connect with us

ଅପରାଧ

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଲୋୟକ ପିଏମଜିରେ ଶତାଧିକ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା |

SM

ଗଣତନ୍ତ୍ରରେ ଯେଉଁ ସ୍ତମ୍ଭ ଉପରେ ଲୋକଙ୍କ ଭରସା ବେଶୀ, ତାହା ଆଜି ଅସୁରକ୍ଷିତ । ଗଣତନ୍ତ୍ରର ସଚ୍ଚା ପ୍ରହରୀ ଭାବେ କାମ କରୁଥିବା ସାମ୍ବାଦିକଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି । ସୋର, ବାଲିଆପାଳ ଏବଂ ପୁରୀ ଘଟଣା ଏସବୁର ଗୋଟେ ଗୋଟେ ଉଦାହରଣ । ଆମେ ସମସ୍ତେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛେ । ସାରା ବିଶ୍ୱରେ ନିରବ ପ୍ରତିବାଦର ନିଚ୍ଛକ ପ୍ରେରଣା ଛାଡ଼ିଯାଇଛନ୍ତି ବାପୁ । ତେଣୁ ତାଙ୍କରି ଆଦର୍ଶକୁ ପାଥେୟ କରି ଚତୁର୍ଥ ସ୍ତମ୍ଭ ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ତାଙ୍କରି ଜନ୍ମ ଦିନରେ ଲୋୟର ପିଏମଜିରେ ଏକାଠି ହୋଇଥିଲେ ଗଣମାଧ୍ୟମ ପ୍ରତିନିଧିମାନେ

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣର ପ୍ରତିବାଦ ଓ ସାମ୍ବାଦିକଙ୍କୁ ସୁରକ୍ଷା ଲାଗି ଆଇନ ଦାବିରେ ସକାଳ ୯ରୁ ଶାନ୍ତିପୂର୍ଣ୍ଣ ଓ ନିରବ ପ୍ରତିବାଦ କରାଯାଇଥିଲା | ଦୂରରେ ଥିବା ବନ୍ଧୁମାନେ ନିଜ ଜିଲ୍ଲାରେ ଏହିଭଳି ନିରବ ପ୍ରତିବାଦ କରିଥିଲେ | ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ | ଏହି କାର୍ଯ୍ୟକ୍ରମରେ ବଭିନ୍ନ ସମ୍ବାଦପତ୍ର, ଟିଭି ଚ୍ୟାନଲର ସଂପାଦକଙ୍କଠାରୁ ନେଇ ଗ୍ରାମାଞ୍ଚଳର ଖବରଦାତା ଯାଏଁ ସମସ୍ତେ ଏକାଠି ହୋଇଥିଲେ | ଏଥିରେ ଅନେକ ସାମାଜିକ କର୍ମୀ ବି ଉପସ୍ଥିତ ଥିଲେ |

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ