Connect with us

ଓଡିଶା

ପୁରୀରୁ ନିର୍ବାଚନ ଲଢ଼ିବେ ମୋଦି !

ସାଙ୍କେତିକ ଚିତ୍ର

ପୁରୀରୁ ନିର୍ବାଚନ ଲଢ଼ିବେ ମୋଦି !
ଭୁବନେଶ୍ୱର,୫ା୧୦ : ୨୦୧୮ରେ ପୁରୀରୁ ଲୋକସଭା ଆସନ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହୋଇ ଆସିଥିଲେ ମଧ୍ୟ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ବୟାନ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ପୁରୀରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଯଦି ପୁରୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ନ୍ତି ତାହାକୁ ଆମେ ନିଶ୍ଚିତ ରୂପେ ସ୍ୱାଗତ କରିବୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ଏହି ପ୍ରସ୍ତାବ ଉପରେ ଅନ୍ତିମ ନିର୍ଣ୍ଣୟ ସଂସଦୀୟ ବୋର୍ଡ ନେବ । ତେବେ ମୋଦି ଯଦି ପୁରୀରୁ ନିର୍ବାଚନ ଲଢ଼ନ୍ତି ତେବେ ଓଡ଼ିଶାରେ ବିଜେପିର ୧୨୦+ ମିଶନ ହାସଲ କରିବାରେ ସହଜ ହେବ । ପୁରୀରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ସ୍ୱାଗତ କରିବୁ ବୋଲି ସେ କହିଛନ୍ତି ।

ସେହିପରି ଜାତୀୟ ଗଣମାଧ୍ୟମ ଗୁଡିକରେ ହୋଇଥିବା ସର୍ଭେ ରିପୋର୍ଟରେ ମୋଦିଙ୍କୁ ସଫଳତା ମିଳିବ ବୋଲି ଅନୁମାନ କରାଯାଇଛି । ତାହାକୁ ଦୃଷ୍ଟିରେ ରଖି ପୁରୀରୁ ଲଢ଼ିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ବସନ୍ତ ପଣ୍ଡା ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି । ମୋଦି ଓ ଶାହାଙ୍କ ଫୋକସରେ ଫୋକସରେ ପୂର୍ବ ଭାରତ ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତରପୂର୍ବର ୮ଟି ପ୍ରଦେଶକୁ ଫୋକସ୍ କରିଛନ୍ତି ଅମିତ ଶାହା । ପୂର୍ବ ଭାରତର ସେହି ୧୦ଟି ରାଜ୍ୟରେ ରହିଛି ୮୮ଟି ଲୋକସଭା ଆସନ । ଅନ୍ୟପକ୍ଷରେ ୨୦୧୪ରେ ମୋଦି ବାରଣାସୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ପ୍ରଭାବ ପୂର୍ବାଞ୍ଚଳ ଉପରେ ପଡିଥିଲା । ବାରଣାସୀରୁ ଲଢ଼ି ମୋଦି ବିହାର ଭୋଟରଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥିଲେ । ତେଣୁ ମୋଦି ଯଦି ପୁରୀରୁ ଲଢ଼ନ୍ତି ତେବେ ଏହାର ପ୍ରଭାବ କେବଳ ଓଡ଼ିଶା ନୁହେଁ ପଶ୍ଚିମବଙ୍ଗ ଉପରେ ମଧ୍ୟ ପଡିବ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ଯେ, ପିଏମ୍ ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଏବିପି ନ୍ୟୁଜ୍-ସି ଭୋଟରର ସର୍ଭେ ମୁତାବକ ୨୧ ଲୋକସଭା ସିଟ୍ ମଧ୍ୟରୁ ବିଜେପିକୁ ୧୩, ବିଜେଡିକୁ ୬ ଓ କଂଗ୍ରେସକୁ ବାକି ୨ଟି ସିଟ୍ ମିଳିବ । ବର୍ତ୍ତମାନ ବିଜେଡି ପାଖରେ ୨୦ଟି ଲୋକସଭା ଆସନ ଥିବା ବେଳେ ବିଜେପି ଜିତିଛି ମାତ୍ର ଗୋଟିଏ ସିଟ୍ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା