Connect with us

ଓଡିଶା

ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

ସାଙ୍କେତିକ

ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର
ଗଞ୍ଜାମ, ୦୩ ଅପ୍ରେଲ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରାହ୍ନରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କନିଷିଠାରେ ଅସ୍ଥାୟୀ ହେଲିପ୍ୟାଡ଼ରେ ହେଲିକେପ୍ଟରରୁ ଓହ୍ଲାଇ ସାଧାରଣ ସଭାସ୍ତଳକୁ ଯାଇଥିଲେ । ସେଠାରେ ଜନସାଧାରଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା ଓ କଟାକ୍ଷ କରିଛନ୍ତି । ବିପଦ ସମୟରେ କେନ୍ଦ୍ର ସରକାରଙ୍କ ଓଡ଼ିଶାରେ ଦେଖା ନାହିଁ । ନିର୍ବାଚନ ସମୟରେ ଏଠାକୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜେଡ଼ି କିନ୍ତୁ ସବୁବେଳେ ଓଡ଼ିଶାବାସୀଙ୍କ ସହ ଅଛି ଏବଂ ରାଜ୍ୟର ବିକାଶ କରୁଛି ମଧ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣଙ୍କ ସମାଗମ ହୋଇଛି ।

ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହର କରାଯାଇଛି । କନିଷି ସାଧାରଣ ସଭା ପରେ ସ୍ୱତନ୍ତ୍ର ଏବଂ ଅତ୍ୟାଧୁନିକ ବସରେ ନବୀନ ପ୍ରାୟ ୬୦ କିଲୋମିଟର ରାସ୍ତାରେ ବ୍ରହ୍ମପୁର, ଛତ୍ରପୁର, ଗଂଜାମ ଓ ରମ୍ଭା ଯାଏ ସେ ପଥପ୍ରାନ୍ତ ସଭା କରିଛନ୍ି । ନବୀନ ରୋଡ଼ ସୋରେ ଯାଉଥିବା ସ୍ୱତନ୍ତ୍ର ବସ୍ ଦେଖିବାକୁ ବହୁ ଜନସମାଗମ ହୋଇଥିଲା । ଏହି ବସରେ ବସିବା, ଶୋଇବା, ଖାଇବା ଏବଂ ସଭା ମଂଚର ମଧ୍ୟ ବ୍ୟବସ୍ଥା ରହିଛି । ନବୀନ ବାବୁଙ୍କ ଦୀର୍ଘ ୫ ଘଂଟା ଧରି ରୋଡ଼ ସୋ ପରେ ସେ ପ୍ରାୟ ରାତି ସାଢ଼େ ଆଠଟା ପରେ ରମ୍ଭାରୁ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ନବୀନ ବାବୁଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଡକ୍ତର ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଗଂଜମା ଜିଲ୍ଲାର ବିଜେଡ଼ିର ତୁଙ୍ଗ ନେତୃମଣ୍ଡଳୀ ଏବଂ ପାର୍ଲାମେଂଟ ଓ ବିଧାନସଭା ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା