Connect with us

ଓଡିଶା

ତାତିରୁ ନିସ୍ତାର ପାଉନି ଓଡ଼ିଶା , ତାଳଚେରରେ ସର୍ବାଧିକ ୪୪.୩ 

ସାଙ୍କେତିକ

ତାତିରୁ ନିସ୍ତାର ପାଉନି ଓଡ଼ିଶା , ତାଳଚେରରେ ସର୍ବାଧିକ ୪୪.୩
ଭୁବନେଶ୍ୱର,୨୨ ମଇ – ଗତ କିଛି ଦିନ ଧରି ଓଡ଼ିଶାର ତାପମାତ୍ରା କମିବାର ନାଁ ଧରୁନି । ଲଗାତର ଭାବେ ତାପମାତ୍ରା ବଢ଼ିବାରେ ଲାଗିଛି । ସାଧାରଣରେ ଜୀବନଯାତ୍ରାରେ ବ୍ୟାହତ ହେଉଛି । ମଧ୍ୟାହ୍ନ ସମୟରେ ଜନସାଧାରଣ ବାହାରକୁ ବାହାରୁ ନାହାନ୍ତି । ଆଜି ତାଳଚେରରେ ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୩୨.୪ ଡିଗ୍ରୀ ସେଲସିୟସ ରହିଛି । ସେହିପରି ବଲାଙ୍ଗୀରର ତାପମାତ୍ରା ୪୪ ଡିଗ୍ରୀ, ସମ୍ବଲପୁରର ତାପମାତ୍ରା ୪୩.୯ ଡିଗ୍ରୀ ସେଲସିୟସ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

ମାତ୍ର ଟିଟିଲାଗଡ଼ରେ ଲଗାତର ଭାବେ ବୃଦ୍ଧି ପାଉଥିବା ତାପମାତ୍ରା ଆଜି ଟିକିଏ କମିଛି । ସେଠାରେ ଆଜିର ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରହିଛି ।
ସେହିପରି ସୋନପୁରରେ ୪୩.୨, ହୀରାକୁଦର ତାପମାତ୍ରା ୪୨.୩ ଡିଗ୍ରୀ, ଅନୁଗୁଳର ୪୧.୯ ଡିଗ୍ରୀ, ଭବାନୀପାଟଣାରେ ୪୧.୫ ଡିଗ୍ରୀ, ଫୁଲବାଣୀରେ ୪୧.୨, ଚାନ୍ଦବାଲିରେ ୪୧.୧, ସୁନ୍ଦରଗଡ଼ରେ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ମାଲକାନଗିରିରରେ ୪୧ ଡିଗ୍ରୀ, କେଉଁଝରଗଡ଼ରେ ୩୯.୩ ଡିଗ୍ରୀ, ବାରିପଦାରେ ୩୯ ଡିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ୩୭.୭ ଡିଗ୍ରୀ, କଟକରେ ୩୭.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବାଲେଶ୍ୱରରେ ୩୬.୮ ଡିଗ୍ରୀ, କୋରାପୁଟରେ ୩୫ ଡିଗ୍ରୀ, ଦାରିଙ୍ଗିବାଡ଼ିରେ ୩୫ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ଏବଂ ପାରାଦ୍ୱୀପରେ ୩୨.୭ ଡିଗ୍ରୀ ତାପମାତ୍ରା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ଆଂଚଳିକ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା