Connect with us

ଓଡିଶା

ଆସନ୍ତା ୨୭ରେ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ସାଙ୍କେତିକ

ଆସନ୍ତା ୨୭ରେ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର, ୧୩ ସେପ୍ଟେମ୍ବର – ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୭ ଓ ୨୮ ତାରିଖ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ରାଷ୍ଟ୍ରପତି ଗୋପାଳପୁର ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ରାଷ୍ଟ୍ରପତି ୨୭ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଂଚିବେ । ଭୁବନେଶ୍ୱରସ୍ଥିତ ରାଜଭବନ ଠାରେ ରାତ୍ରୀଯାପନ ପରେ ୨୮ ତାରିଖ ସକାଳ ୬ଟା ୧୦ ମିନିଟ୍ ରେ ରାଷ୍ଟ୍ରପତି ଗୋପାଳପୁର ଗସ୍ତରେ ଯିବେ । ସେଠାରୁ ଦିନ ୧୧ ଟାରେ ଭୁବନେଶ୍ୱର ଫେରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥବା ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ଆଲୋଚନା ହୋଇଛି ।

ଏହି ବୈଠକରେ ଆଇଜି ଅପରେସନ୍, ଏଡିଜି କୋଷ୍ଟାଲ୍ ସିକ୍ୟୁରିଟି ଗୁଇନ୍ଦା ବିଭାଗ ଆଇଜି, ଡିଆଇଜି ସତ୍ୟବ୍ରତ ଭୋଇ, ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ,ଗଞ୍ଜାମ ଏସପି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ  କୋବିନ୍ଦଙ୍କ ଓଡ଼ିଶା ଗସ୍ତ କିପରି ସୁଚାରୁରୂପେ ସମ୍ପାଦିତ ହେବ ସେଥିନେଇ ଏହି ବୈଠକରେ ଆଲୋଚନା ହେଉଥିବାର ସୂଚନା ରହିଛି । ଡିଜିପି କହିଛନ୍ତି ବ୍ଲୁ – ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କର ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ସେଥିଲାଗି ଆଜି ପ୍ରାଥମିକ ବୈଠକ ବସି ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା