Connect with us

ଅପରାଧ

ଗେଟ୍ ବନ୍ଦ କଲା ଛତିଶିଗଡ ,ମହାନଦୀ ଶୁଖିଯିବା ଆଶଙ୍କା

ସାଙ୍କେତିକ ଚିତ୍ର

ଗେଟ୍ ବନ୍ଦ କଲା ଛତିଶିଗଡ
ମହାନଦୀ ଶୁଖିଯିବା ଆଶଙ୍କା
ଭୁବନେଶ୍ୱର,୫ା୧୦ : ଛତିଶଗଡ ମହାନଦୀରୁ ପାଣି ଛାଡିବା ବନ୍ଦ କରିଦେଇଥିବାରୁ ଅଣମୌସୁମୀରେ ଓଡିଶା ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେଣୁ ମହାନଦୀର କୌଣସି ଗେଟ୍ ବନ୍ଦ ନକରିବାପାଇଁ ଛତିଶଗଡକୁ ଅନୁରୋଧ କରାଯାଇଛି । ହୀରାକୁଦର ମୁଖ୍ୟ ଯନ୍ତ୍ରୀଙ୍କ ଠାରୁ ପ୍ରକାଶ ଯେ ଗତ ୩୦ ତାରିଖରେ ଜଳସମ୍ପଦ ବିଭାଗର ଏକ ଟିମ୍ ହୀରାକୁଦ ଉପରମୁଣ୍ଡକୁ ଯାଇ ବ୍ୟାରେଜ୍ ଗୁଡିକର ଅନୁଧ୍ୟାନ କରିଥିଲେ । ବ୍ୟାରେଜର ଗେଟ୍ ଗୁଡିକ ବନ୍ଦ କରାଯାଇଥିବା ସେମାନେ ଜାଣିଥିଲେ ।

ଅନ୍ୟପକ୍ଷରେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ କହିଛନ୍ତି ଯେ, ଛତିଶଗଡ଼ର କୌଣସି ବ୍ୟାରେଜ ଗେଟକୁ ବନ୍ଦ କରାଯାଇ ନାହିଁ । କଲମାରେ ୧୮ଟି ଗେଟ ବନ୍ଦ ହୋଇଛି । ଛତିଶଗଡ଼ ପକ୍ଷରୁ କୌଣସ ପାଣି ଅଟକା ଯାଇନାହିଁ । ଭଲ ମୌସୁମୀ ପାଇଁ ଛତିଶଗଡ଼ର ସବୁ ଡ୍ୟାମ ମାନଙ୍କରେ ପାଣି ପୁରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ