Connect with us

ଦେଶ

ନୂଆ ରାଜନୈତିକ ଦଳ ଘୋଷଣା କଲେ ତୋଗଡିଆ

ସାଙ୍କେତିକ ଚିତ୍ର

ନୂଆ ରାଜନୈତିକ ଦଳ ଘୋଷଣା କଲେ ତୋଗଡିଆ
ଲକ୍ଷନୌ ,୨୩ା୧୦ : ଅନ୍ତର୍ଜାତୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗଡିଆ ମଙ୍ଗଳବାର ଅଯୋଧ୍ୟାଠାରେ ନୂଆ ରାଜନୈତିକ ଦଳ ଗଠନର ଘୋଷଣା କରିଛନ୍ତି । ଏହାସହ କ’ଣ ପାଇଁ ତାଙ୍କୁ ନୂଆ ରାଜନୈତିକ ଦଳ ଗଠନ କରିବାକୁ ପଡିଲା, ଭବିଷ୍ୟତରେ ତାଙ୍କ ଦଳର ରଣନୀତି କ’ଣ ହେବ ତାହା ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ସାମାଜିକ-ସଂସ୍କୃତି ସଂଗଠନ ପାଇଁ କାମ କରିବାକୁ ପସନ୍ଦ କରନ୍ତି । ସେ ବ୍ୟକ୍ତିଗତ କିମ୍ବା ପରିବାର ଲାଭ ପାଇଁ କିଛି କରିନାହାନ୍ତି । ରାମ ମନ୍ଦିର ନିର୍ମାଣ ତାଙ୍କ ଜୀବନର ସବୁଠୁ ବଡ ଲକ୍ଷ୍ୟ ରହିଛି । ଶାସନକୁ ଆସିବା ପରେ ବିଜେପି ତାଙ୍କ ଯୋଗଦାନକୁ ଭୁଲିଗଲା । ତେଣୁ ତାଙ୍କୁ ଆଉ ଏକ ରାଜନୈତିକ ଦଳ ଗଠନ କରିବାକୁ ପଡୁଛି । ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳର ସ୍ଲୋଗାନ ରହିବ ‘ଅବକି ବାର, ହିନ୍ଦୁତ୍ୱ ସରକାର’ । ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟମନ୍ଦିର ନିର୍ମାଣ ତାଙ୍କ ଦଳର ବଡ ଲକ୍ଷ୍ୟ ଓ ମୁସଲମାନ ଜନସଂଖ୍ୟା ନିୟନ୍ତ୍ରଣ ତାଙ୍କ ଦଳର ମୁଖ୍ୟ ପ୍ରସଙ୍ଗ ରହିବ । ତାଙ୍କ ଦଳ ଆସନ୍ତା ନିର୍ବାଚନରେ ବିଧାନସଭାରେ ପ୍ରାଥୀ ଦେବ ନାହିଁ । କିନ୍ତୁ ତାଙ୍କ ଦଳର ଧ୍ୟାନ ଲୋକସଭା ଉପରେ ରହିଛି ।

ସଦସ୍ୟତା ସଂଗ୍ରହ ପାଇଁ ସେ ୮୦୧୦୩୩୧୧୭୦ ମୋବାଇଲ ନମ୍ବର ଜାରି କରିଛନ୍ତି । ଏହି ନମ୍ବରରେ ମିସ୍ କଲ କରିବା ଲୋକଙ୍କ ସହ ତାଙ୍କ କାର୍ଯ୍ୟକର୍ତ୍ତା ଯୋଗାଯୋଗ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ