Connect with us

ଅପରାଧ

ପଦ୍ମିନୀ ରାଉତଙ୍କୁ ଇଡିର ଜେରା

ପଦ୍ମିନୀ ରାଉତଙ୍କୁ ଇଡିର ଜେରା

ପଦ୍ମିନୀ ରାଉତଙ୍କୁ ଇଡିର ଜେରା
ଭୁବନେଶ୍ୱର,୧୭ା୮: ଓଡ଼ିଶାର ଖ୍ୟାତନାମା ଚେସ୍ ତାରକା ସୁଶ୍ରୀ ପଦ୍ମିନୀ ରାଉତ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇଥିଲେ । ଚିଟଫଣ୍ଡ ସଂସ୍ଥା ଷ୍ଟାର କନସଲଟେନସି ସହ ତାଙ୍କର ଲିଙ୍କ ନେଇ ସମ୍ପୃକ୍ତ ନିର୍ଦ୍ଦେଶାଳୟର ଅଧିକାରୀମାନ ଜେରା କରିଥିଲେ । ଦୀର୍ଘ ୧ ଘଂଟା ଧରି ଜେରା ଚାଲିଥିଲା । ଏହି ଜେରା ବେଳେ ତାଙ୍କ ମାଆ ଉପସ୍ଥିତ ଥିଲେ । ପରେ ସାମ୍ବାଦିକ ମାନଙ୍କୁ ସେ କହିଥିଲେ ଯେ, ପୂର୍ବରୁ ଇଡ଼ି ତାଙ୍କୁ ନୋଟିସ କରିଥିଲେ, ମାତ୍ର ସେ ଜାଣି ପାରିନଥିଲେ । ଆଜି ଆସିଥିଲେ, ସେମାନେ ଯାହା ପଚାରିଲେ ସେ ପ୍ରଶ୍ନର ଉତର ଦେଲି ବୋଲି ସୁଶ୍ରୀ ରାଉତ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ସମ୍ପୃକ୍ତ ସଂସ୍ଥାର ସେ କେବଳ ପ୍ରାୟୋଜକ ଥିଲେ । ସେ ଆଉ କିଛି ଜାଣନ୍ତି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ