Connect with us

ଓଡିଶା

ପାରାଦୀପ / ଅସ୍ତରଙ୍ଗ : ଶସ୍ତା ରେ ବିକ୍ରି ହେଉଛି ଇଲିଶି ମାଛ ।

ପାରାଦୀପ / ଅସ୍ତରଙ୍ଗ : ଶସ୍ତା ରେ ବିକ୍ରି ହେଉଛି ଇଲିଶି ମାଛ ।

ପାରାଦୀପ / ଅସ୍ତରଙ୍ଗ : ଶସ୍ତା ରେ ବିକ୍ରି ହେଉଛି ଇଲିଶି ମାଛ । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଥିବା ଇଲିଶି ଏବେ ଯୋଡାକୁ ୧୨୦ରୁ ୪ଶହ ଟଙ୍କାରେ ବିକ୍ରି ହେଉଛି । ଇଲିଶି ଶସ୍ତା ଖବର ଜଣାପଡ଼ିବା ପରେ ପାରାଦୀପ ଓ ଅସ୍ତରଙ୍ଗ ବଜାର ରେ ଗ୍ରାହକଙ୍କ ଭିଡ ବଢୁଛି ।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରାଦୀପ ମୁହାଣରୁ ଓ ଅସ୍ତରଙ୍ଗରୁ ପ୍ରତିଦିନ ମତ୍ସ୍ୟଜୀବୀମାନେ ଟନ ଟନ୍ ଇଲିସି ଧରୁଥିବାରୁ ଏବେ ମାଛ ଦର ଶସ୍ତା ହୋଇଛି । ବରଫ ଦେଇ ଏତେ ମାତ୍ରାରେ ମାଛ ରଖିବାରେ ମତ୍ସ୍ୟଜୀବୀ ସକ୍ଷମ ନ ଥିବାରୁ ଶସ୍ତାରେ ବିକ୍ରି କରି ଦେଉଛନ୍ତି ଇଲିଶି ମାଛ ।
ଲଘୁଚାପ ବର୍ଷା ପରେ ନଦୀର ଗୋଳିଆ ପାଣିରୁ ପ୍ରଚୁର ମାତ୍ରାରେ ଇଲିଶି ଧରୁଛନ୍ତି ମତ୍ସ୍ୟଜୀବୀ । ଅସ୍ତରଙ୍ଗ ମାଛଧରା ବନ୍ଦର, ଡାଳୁଇକଣି ତେଣ୍ଡାରେ ଦିନକୁ ୧୦ ଟନ୍ ଇଲିଶି ମାଛ ମରୁଛନ୍ତି । ମାଛ ଅଧିକ ଉତ୍ପାଦନ ହେଉଥିବାରୁ କିଲୋ ପ୍ରତି ୩ ଶହରୁ ୪ ଶହ ଟଙ୍କାରେ ବିକ୍ରି କରୁଛନ୍ତି ମତ୍ସ୍ୟଜୀବୀ । ବିଶେଷ କରି ଇଲିସି ମାଛର ସ୍ୱାଦ, ଅନ୍ୟ ମାଛଠାରୁ ଭିନ୍ନ ହୋଇଥିବାରୁ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଦୁର୍ବଳତା ଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା