Connect with us

ଦେଶ

ପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ

ପଦୋନ୍ନତିରେ ସଂରକ୍ଷଣ
ଲାଗୁ ହେବନି : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬ା୯ : ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ରାୟ ଶୁଣାଇଛନ୍ତି । କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଅନୁସୁଚିତ ଜନଜାତିଙ୍କ ପାଇଁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି । ଖଣ୍ଡପୀଠରେ ବିଚାରପତି କୁରିଆନ୍ ଯୋଶେଫ, ଆର ଏଫ୍ ନରିମାନ, ଏସ୍ କେ କୌଲ, ଇନ୍ଦୁ ମାଲହୋତ୍ରା ସଦସ୍ୟ ଅଛନ୍ତି । ଏଥିସହିତ ୨୦୦୬ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଦେଇଥିବା ରାୟକୁ କାଏମ୍ ରଖିଛନ୍ତି । ୨୦୦୬ ରାୟର ପୁନର୍ବିଚାର ପାଇଁ ୭ ଜଣିଆ ଖଣ୍ଡପୀଠ ଗଠନ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଅବଶ୍ୟ ରାଜ୍ୟମାନେ ଚାହିଁଲେ ସେମାନେ ସ୍ୱତନ୍ତ୍ର ସଂରକ୍ଷଣ ନୀତି ଓ ଚାକିରି ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ