Connect with us

ଦେଶ

ଏଣିକି ସିଧା ପ୍ରସାରଣ ହେବ ଶୁଣାଣି

ଏଣିକି ସିଧା ପ୍ରସାରଣ ହେବ ଶୁଣାଣି
ନୂଆଦିଲ୍ଲୀ,୨୬ା୯ : ମାମଲାର ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ସୁପ୍ରିମକୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି । ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଚାର ବିଭାଗୀୟ ପ୍ରକ୍ରିୟାର ପାରଦଶିଁତା ପ୍ରମାଣିତ କରିବା କ୍ଷେତ୍ରରେ ସିଧା ପ୍ରସାରଣ ଫଳପ୍ରଦ ହେବ ବୋଲି କୋର୍ଟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଏହାବ୍ୟତୀତ ଜନସାଧାରଣ କୋର୍ଟ ପରିସରରେ ହେଉଥିବା ନିଷ୍ପତ୍ତି ଶୀଘ୍ର ଓ ତ୍ୱରିତ ବେଗରେ ଜାଣି ପାରିବେ ବୋଲି କୋର୍ଟ ପକ୍ଷରୁ ପ୍ରକାଶ କରାଯାଇଥିଲା । ଅବଶ୍ୟ ସ୍ପର୍ଶକାତର ମାମଲାରେ ଏହି ପ୍ରକ୍ରିୟାରେ ଶବ୍ଦକୁ ବନ୍ଦ କରି କେବଳ କୋର୍ଟ ପରିସରର ଦୃଶ୍ୟ ଦେଖିବାର ସୁଯୋଗ ପ୍ରଦାନ କରାଯିବ ବୋଲି ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ସୂଚନା ଦେଇଛନ୍ତି । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ସ୍ନେହିଲ ତ୍ରିପାଠୀଙ୍କ ଦ୍ୱାରା ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ରାଷ୍ଟ୍ରୀୟ ସ୍ୱାର୍ଥ ସମ୍ବନ୍ଧିତ ମାମଲାର ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଥିଲା । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସର୍ବୋଚ୍ଚ ବିଚାରପତିଙ୍କ କୋର୍ଟରେ ଚାଲିଥିବା ମାମଲା ସିଧା ପ୍ରସାରଣ ଦ୍ୱାରା ସର୍ବସାଧାରଣରେ ପ୍ରକାଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ