Connect with us

ଅପରାଧ

୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା: ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ଖଲାସ

ସାଙ୍କେତିକ

୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା: ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ଖଲାସ
ଭୁବନେଶ୍ୱର : ୨୦୧୧ ର ପିପିଲି ଗଣବଳାତ୍କାର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ୭ ବର୍ଷ ତଳେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ବେବିନା ବେହେରାଙ୍କୁ ଗଣବଳାତ୍କାର କରାଯାଇଥିଲା । ପରବର୍ତ୍ତି ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଉକ୍ତ ଘଟଣାର ଅଭିଯୁକ୍ତ ଦ୍ୱୟ ହେଲେ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ , ୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ବବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା । ୨୦୧୬ ମାର୍ଚ୍ଚ ୩୦ ତାରିଖରେ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ପି.କେ.ମହାନ୍ତି କମିସନ ଚୂଡାନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ପ୍ରାୟ ୪୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏହି ଘଟଣାର ତଦନ୍ତ ରିପୋର୍ଟ ବର୍ତମାନ ସୁଦ୍ଧା ସାର୍ବଜନୀନ ହୋଇପାରି ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ