Connect with us

ଓଡିଶା

ନିର୍ବାଚନରେ କଳାଟଙ୍କାକୁ ଜଗିବେ ତିନି ଫ୍ଲାଇଙ୍ଗ ସ୍କ୍ୱାର୍ଡ

ସାଙ୍କେତିକ

ନିର୍ବାଚନରେ କଳାଟଙ୍କାକୁ ଜଗିବେ ତିନି ଫ୍ଲାଇଙ୍ଗ ସ୍କ୍ୱାର୍ଡ
କେନ୍ଦ୍ରାପଡ଼ା, ୦୮ ଜୁଲାଇ – ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ତଦାରଖ ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ମୁତୟନ କରାଯାଇଛି । ଗରଦପୁର ତହସିଲର ଆଡିସନାଲ ତହସିଲଦାର ଉମାକାନ୍ତ ବିଶ୍ୱାଳ, ଡେରାବିଶ ତହସିଲର ଆଡିସନାଲ ତହସିଲଦାର ଭୋଳାନାଥ ସେଠୀ ଓ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ ୩ଟି ଟିମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଶରେ ପ୍ରଚାର କାର୍ଯ୍ୟରେ ଲିପ୍ତ ଥିବା ଯାନ ଗୁଡିକୁ ତଦାରଖ କରି ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବା ସହ ଗାଡିରେ ଥିବା ବ୍ୟକ୍ତି ବିଶେଷଙ୍କୁ ତଲାଖ କରୁଥିବା ଜଣାପଡିଛି । ନିର୍ବାଚନରେ କଳାଟଙ୍କାକୁ ଜବତ କରିବା ସହ ଓ ଅର୍ଥବଳକୁ ପ୍ରୟୋଗକୁ ପ୍ରତିହତ କରି ସ୍ୱଚ୍ଛ ନିରପେକ୍ଷ ନିର୍ବାଚନ ପାଇଁ ଜାରି ଥିବା ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରାଯାଉଛି । ଏହି ୩ଟି ଟିମ ସହିତ ପୋଲିସ ଓ କ୍ୟାମେରା ମ୍ୟାନ ରହି ଯାଞ୍ଚ ସମୟର ସମସ୍ତ ଘଟଣାକୁ ଟିକିନିକ୍ ଭାବେ ରେକର୍ଡିଂ କରୁଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା