Connect with us

ଓଡିଶା

ଓଏସଆରଟିସିର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଯାତ୍ରୀ ହଟହଟା

ସାଙ୍କେତିକ

ଓଏସଆରଟିସିର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଯାତ୍ରୀ ହଟହଟା
ଭୁବନେଶ୍ୱର, ୯ ଜୁଲାଇ – ମାସିକ ଦରମା ଓ ବାକିଆ ପଇସା ନ ମିଳିବା ପ୍ରତିବାଦରେ ଓଏସଆରଟିସିର କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଏହି ପଇସା ନ ମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି । ସମ୍ପୃକ୍ତ କର୍ମଚାରୀ ମାନଙ୍କ ଆନ୍ଦୋଳନ ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଖବର ନେବାରେ ଜଣାଯାଏ ଯେ, କଟକ ରିଜନର ୨୦ଟି ରୁଟରେ ଓଏସଆରଟିସିର ବସ୍ ଚଳାଚଳ କରୁଥିଲା । ଏହି ବସର କର୍ମଚାରୀମାନେ ୩ ମାସର ଦରମା ପାଇନାହାନ୍ତି । ଏପରିକି ପୂର୍ବର ବାକିଆ ଟଙ୍କା ମଧ୍ୟ ତାଙ୍କୁ ମିଳିନାହିଁ । ଏ ସମ୍ପର୍କରେ ବାରମ୍ବାର କର୍ମଚାରୀ ମାନଙ୍କ ପକ୍ଷରୁ କର୍ତୃପକ୍ଷଙ୍କ ଦୃଷ୍ଟିଗୋଚର କରାଯାଇଥିଲେ ହେଁ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆପଣେଇ ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା