Connect with us

ଓଡିଶା

ଆସନ୍ତା କାଲି ତିନିରଥ ଦକ୍ଷିଣ ମୋଡ

ସାଙ୍କେତିକ

ଆସନ୍ତା କାଲି ତିନିରଥ ଦକ୍ଷିଣ ମୋଡ
ପୁରୀ, ୮ ଜୁଲାଇ – ହେରାପଂଚମୀ ତିଥିରେ ନନ୍ଦିଘୋଷ ରଥ ଭାଙ୍ଗି ମା ଲକ୍ଷ୍ମୀ ଫେରିବା ପରେ ପ୍ରଭୁ ଜଗନ୍ନାଥଙ୍କ ଆଦେଶ କ୍ରମେ ବାହୁଡ଼ାଯାତ୍ରା ପାଇଁ ରଥ ମରାମତି ହେବା ସହ ଦକ୍ଷିଣ ମୋଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ହେରାପଂଚମୀ ପରଦିନ ମଙ୍ଗଳବାର ଶରଧାବାଲି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥକୁ ଦକ୍ଷିଣମୋଡ କରାଯିବ । ଏଥିପାଇଁ ପିଚୁ ଥିବା ଶରଧାବାଲି ଉପରେ ବାଲି ପକାଯାଇ ରଥଗୁଡିକୁ ପୁଲିସଙ୍କ ଦ୍ୱାରା ଧିରେ ଧିରେ ଦକ୍ଷିଣମୋଡ କରାଯିବ । ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣ ମୋଡ ହେବା ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାର ପାଖରେ ରଖାଯିବ । ଗୁରୁବାର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା