Connect with us

ଓଡିଶା

ନିରୁପମ ସେନଙ୍କ ବିୟୋଗରେ ଶୋକ

ସାଙ୍କେତିକ

ନିରୁପମ ସେନଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର :- ବିଶିଷ୍ଟ ମାର୍କ୍ସବାଦୀ ତତ୍ୱବିତ୍, ସି.ପି.ଆଇ.(ଏମ୍)ର ପୂର୍ବତନ ପଲିଟ୍ବ୍ୟୁରୋ ସଦସ୍ୟ , ପଶ୍ଚିମବଙ୍ଗ ପୂର୍ବତନ ବାମଫ୍ରଂଟ ସରକାରର ମନ୍ତ୍ରୀ, ଜନପ୍ରିୟ ନେତା ନିରୁପମ ସେନଙ୍କ ବିୟୋଗରେ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ଗଭୀର ଶୋକ ପ୍ରକାଶ କରିଛି ।

ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ଯେ ସାଥି ନିରୁପମ ସେନ ଏକ ସମୟରେ ପଲିଟ୍ବ୍ୟୁରୋ ସଦସ୍ୟ ରୂପେ ଓଡିଶା ପାର୍ଟିର ଦାୟିତ୍ୱରେ ଥିଲେ । ଓଡିଶା ସହ ତାଙ୍କ ସମ୍ପର୍କ ୭୦ ଦଶକରୁ ରହି ଆସିଛି । ତତ୍କାଳୀନ ଛାତ୍ର ନେତା ଭାବେ ସେ ଓଡିଶାରେ ପ୍ରଗତିଶୀଳ ଛାତ୍ର ଆନ୍ଦୋଳନ ଗଢି ତୋଳିବା ଏବଂ ତରୁଣ କମ୍ୟୁନିଷ୍ଟ କର୍ମୀମାନଙ୍କୁ ମାର୍କ୍ସବାଦୀ ମତାଦର୍ଶ ସମ୍ପର୍କରେ ଶିକ୍ଷାଦାନ କରିବାରେ ଅଗ୍ରଣୀ ଭୂମିକା ନେଇ ଆସିଥିଲେ ।

ପଶ୍ଚିମବଙ୍ଗରେ ବାମ ଆନ୍ଦୋଳନକୁ ଆଗେଇ ନେବା ଓ ମେହନତି ମଣିଷର ସ୍ୱାର୍ଥ ରକ୍ଷା କରି ରାଜ୍ୟର ବାମଫ୍ରଂଟ ସରକାରଙ୍କୁ ପରିଚାଳନା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଦେଶ ଏବଂ ଶ୍ରମିକ , କୃଷକ, ଶ୍ରମଜୀବି ମଣିଷର ସଂଗ୍ରାମୀ ପଥ ପ୍ରଦର୍ଶକଙ୍କୁ ହରାଇଲା ।

ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ସାଥୀ ନିରୁପମ ସେନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳୀ ପ୍ରକାଶ କରୁଛି ଏବଂ ସି.ପି.ଆଇ.(ଏମ୍) ପଶ୍ଚିମ ବଙ୍ଗ ରାଜ୍ୟ କମିଟି ଓ ତାଙ୍କ ପରିବାରର ଶୋକ ସହିତ ନିଜକୁ ସାମିଲ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତିି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା