Connect with us

ଓଡିଶା

ଆଜିଠୁ ବିଜେପି ଯୁବମୋର୍ଚ୍ଚାର “ଜବାବ ମାଗୁଛି ଓଡିଶା” ଆନ୍ଦୋଳନ

ଆଜିଠୁ ବିଜେପି ଯୁବମୋର୍ଚ୍ଚାର “ଜବାବ ମାଗୁଛି ଓଡିଶା” ଆନ୍ଦୋଳନ
– ଭୁବନେଶ୍ୱର ବରମୁଣ୍ଡା ପଡିଆରୁ ହେବ ଶୁଭାରମ୍ଭ
– ଘର ଘର ବୁଲିବ ଜବାବ ମାଗୁଛି ଓଡିଶା ରଥ
ଭୁବନେଶ୍ୱର :- ପିସି କାରବାର , ନାରୀ ନିର୍ଯାତନା,ଦାଦନ , ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରତିବାଦରେ ବୁଧବାର ଭୁବନେଶ୍ୱର ବରମୁଣ୍ଡା ପଡିଆରୁ ବିଜେପି ଯୁବମୋର୍ଚ୍ଚା ତରଫରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନର ଶୁଭାରମ୍ଭ ହେବ । ଏହି ଆନ୍ଦୋଳନ ରାଜ୍ୟର ୧୪୭ ବିଧାନସଭା ସମେତ ସମସ୍ତ ଗାଁ, ପଂଚାୟତ, ବ୍ଲକ, ସବଡିଭିଜନରେ ପହଂଚିବ । ନୂଆ ଟେକ୍ନାଲୋଜି ମାଧ୍ୟମରେ ସାଢେ ୪ କୋଟି ଓଡିଆ ଜବାବ ମାଗିବେ । ଏହି ଆନ୍ଦୋଳନରେ ଜବାବ ମାଗୁଛି ଓଡିଶା ରଥ ବୁଲିବା ସହ ଭିଡିଓ ରେକଡିଂ ଏବଂ ଭଏସ ରେକଡିଂ ମାଧ୍ୟମରେ ଓଡିଶାବାସୀ ରାଜ୍ୟସରକାରଙ୍କୁ ଜବାବ ମାଗିବେ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରୀପାଠି କହିଛନ୍ତି ।

ଓଡିଆ ଯୁବକ ଏକ ବଡ ପରିବର୍ତନ ପାଇଁ ମନ ବାଳାଇ ସାରିଲେଣି । ଏହି ଆନ୍ଦୋଳନ ମାଧ୍ୟମରେ ରାଜ୍ୟସରକାରଙ୍କ ଅପାରଗତାକୁ ସାମ୍ନାକୁ ଅଣାଯିବା ସହ ଆଗାମୀ ଦିନରେ ରାଜ୍ୟବାସୀ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଧରେ ଜବାବ ଦେବେ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ସାଢେ ୪ କୋଟି ଓଡିଆ ନିଜ ହକ୍ ପାଇବାରୁ ବଂଚିତ ଅଛନ୍ତି । ଓଡିଶାବାସୀ ଦୀର୍ଘ ୪୦ ବର୍ଷ ଧରି ଓଡିଶାକୁ ଦୁଇ ପଟ୍ଟନାୟକ ପରିବାର ଶାସନ ଗାଦିରେ ବସି ଓଡିଶାକୁ ଲୁଣ୍ଠନ କରିଛନ୍ତି । ସାଧାରଣ ଜନତା ମୌଳିକ ଅଧିକାର ତଥା ସରକାରୀ ଯୋଜନା ପାଇବା ପାଇଁ ପିସି ଦେଉଛି । ପ୍ରତିଦିନ ମହିଳାଙ୍କ ପ୍ରତି ବ୍ୟଭିଚାର ବୃଦ୍ଧି ପାଇବାକୁ ଲାଗିଛି । ମା’କୁ ସମ୍ମାନର ନାରା ଦେଇ ଶାସକ ବିଜେଡି ନାରୀ ଜାତିକୁ ଅପମାନିତ କରି ଚାଲିଛି । ଚାଷୀମାରଣ ନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । ଏବେ ବି ରାଜ୍ୟର ଲକ୍ଷ ଲକ୍ଷ ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷାରୁ ବଂଚିତ ଅଛନ୍ତି । ଓଡିଶାର ଯୁବକଯୁବତୀମାନଙ୍କୁ ରୋଜଗାର ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ।

ରାଜ୍ୟସରକାର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁନଥିବା କାରଣରୁ ଲକ୍ଷ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ରାଜ୍ୟସରକାର ୧୯ ବର୍ଷ ଧରି ଖଣି, ପାଣି, ଡାଲି, ଚିଟଫଣ୍ଡ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି । ଏହା ବିରୁଧରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ‘ଜବାବ ମାଗୁଛି ଓଡିଶା’ ଆନ୍ଦୋଳନ ହେବ ବୋଲି ଶ୍ରୀ ତ୍ରୀପାଠି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା