Connect with us

ଅପରାଧ

ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ଉପରେ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ

ସାଙ୍କେତିକ

ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ଉପରେ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ
– ସତ୍ୟର ବିଜୟ ହୋଇଛି
ଭୁବନେଶ୍ୱର:- ସତ୍ୟ କେବେ ଲୁଚି ରହେନି, ସତ୍ୟର ବିଜୟ ହୋଇଛି ବୋଲି ପିପିଲି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ପୀଡିତା ପାଇଁ ସେ ଦୁଃଖିତ , ରାୟକୁ ସମ୍ମାନ ଦେଉଛି । ଏହି ମାମଲାରେ ୭୫ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ବିଚାରପତି ରାୟ ଶୁଣାଇଛନ୍ତି । ପୀଡିତା ପରିବାରକୁ ନ୍ୟାୟ କି ଅନ୍ୟାୟ ମିଳିଛି ମୁଁ ଜାଣିନି । ସେ ସମୟରେ ମୁଁ ଇସ୍ତଫା ଦେଇଥିଲି ବର୍ତମାନ କ୍ଷୀର ପାଣି ଅଲଗା ହୋଇଛି । ସତ୍ୟର ବିଜୟ ହୋଇଛି । କେମିତି ପୀଡିତାର ମୃତ୍ୟୁ ଘଟିଛି, ସେ କଥା ପୋଲିସ ଖୋଜିବ । ପୀଡିତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି ବୋଲି ଶ୍ରୀ ମହାରଥୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗତକାଲି ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଗତ ୨୦୧୧ ନଭେମ୍ବର ୨୯ ତାରିଖରେ ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରୁ ଏହି ଗଣଦୁଷ୍କର୍ମ ଅଭିଯୋଗ ଆସିଥିଲା । କିଛି ଦିନ ଡାକ୍ତରଖାନାରେ ସଂଘର୍ଷ ପରେ ପ୍ରାଣ ହରାଇଥିଲେ ପୀଡିତା । ଏହି ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା । ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ବି ଦେଇଥିଲେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନଙ୍କ ସମେତ ୫ଜଣ ଗିରଫ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ