Connect with us

ଆଞ୍ଚଳିକ

ନଳକୂପ ମରାମତି ବେଳେ ଅଘଟଣ

ସାଙ୍କେତିକ

ନଳକୂପ ମରାମତି ବେଳେ ଅଘଟଣ
ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ
କନ୍ଧମାଳ ୨୫ା୧- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଲୁହୁରୁବାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ନଳକୂପର ମରାମତି କରୁଥିବା ବେଳେ ମରାମତି କାର୍ଯ୍ୟରେ ନିୟୋଜିତ ଆଲାମୀ ପଂଚାୟତର ଜଳନ୍ଧର କହଁର(୪୨)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଲୁହୁରୁବାଲି ଗ୍ରାମର ଆଦିବାସୀ ସାହିରେ ଥିବା ଏକ ନଳକୂପ ଅକାମୀ ହୋଇଥିବାରୁ ଆଜି ସକାଳ୧୦ଟା ବେଳେ ତା’ର ମରାମତି କାର୍ଯ୍ୟରେ ଜଳନ୍ଧରଙ୍କ ସମେତ ଆଉ କେତେଜଣ କର୍ମଚାରୀ ନିୟୋଜିତ ଥିଲେ । ଜଳନ୍ଧର ନଳକୂପକୁ ଖୋଲି ତା’ ଭିତରେ ଥିବା ଲୁହା ରଡକୁ ବାହାର କରୁଥିବାବେଳେ ସେଇଟି ନଳକୂପର ଠିକ୍ ଉପରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସେଠାରେ ତାଙ୍କୁ ଶକ୍ତ ବିଦ୍ୟୁତ ଆଘାତ ଲାଗିଥିଲା । ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫୁଲବାଣୀ ସଦର ଥାନା ପୋଲିସ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ୧/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଜଳନ୍ଧର ଆଲାମୀ ପଂଚାୟତରେ ଅସ୍ଥାୟୀ ଭାବରେ ନଳକୂପ ମରାମତି କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ୪ ପୁଅ ଝିଅ ଥିବାବେଳେ ସ୍ତ୍ରୀ ନଥିବା ଜଣାପଡିଛି । ଜଳନ୍ଧରଙ୍କ ମୃତ୍ୟୁ ପରେ ବର୍ତମାନ ତାଙ୍କର ପିଲାମାନଙ୍କର ଭବିଷ୍ୟତ ଅନ୍ଧାରରେ । ତେଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଲୁହୁରୁବାଲି ଗ୍ରାମବାସୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ