Connect with us

ଅପରାଧ

ନରଖାଦକ ନୁହେଁ ସୁନ୍ଦରୀ : ପିସିସିଏଫ୍

ସାଙ୍କେତିକ ଚିତ୍ର

ନରଖାଦକ ନୁହେଁ ସୁନ୍ଦରୀ : ପିସିସିଏଫ୍
ଭୁବନେଶ୍ୱର,୨୨ା୧୦ : ବାଘୁଣୀ ସୁନ୍ଦରୀକୁ ନେଇ ବିବାଦ ଘନେଇବାରେ ଲାଗିଛି । ବାରମ୍ବାର ହିଂସ୍ର ହୋଇ ସୁନ୍ଦରୀ ଆକ୍ରମଣ କରୁଥିବାରୁ ତାକୁ ସ୍ଥାନାନ୍ତର କରିବାନେଇ ଦାବି ଜୋର୍ ଧରିଛି । ଏସମ୍ପର୍କରେ ପିସିସିଏଫ୍ ଡ଼.ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ଜଙ୍ଗଲରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ନିଶ୍ଚେତକ ପ୍ରୟୋଗ କରି ତାକୁ ଅଚେତ କରି ରାଇଗୁଡା ଏନକ୍ଲୋଜରକୁ ଅଣାଯିବା ଲାଗି ଏକ ବିଶେଷଜ୍ଞ ଦଳ ଅନୁଗୁଳ ପହଂଚି ସାରିଛନ୍ତି । ମାତ୍ର ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଥିବାରୁ ସମ୍ପୃକ୍ତ ଦଳ ଘଟଣାସ୍ଥଳକୁ ଯାଇ ପାରିନାହିଁ ।

ଅପରପକ୍ଷରେ ବର୍ତମାନ ବାଘୁଣୀ ସୁନ୍ଦରୀକୁ ନରଖାଦକ ବୋଲି ଘୋଷଣା କରାଯାଇପାରିବ ନାହିଁ । ଯଦିଓ ବାଘୁଣୀ ଅ।କ୍ରମଣରେ ମୃତ୍ୟୁ ଅଭିଯୋଗ ଆସିଛି ,ତେବେ ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଅ।ସିବା ପରେ ହିଁ ପ୍ରମାଣିତ ହେବ କି ବାଘ ଅ।କ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇଛି କି ନାହିଁ ବୋଲି ସେ କହିଛନ୍ତି । ବାଘ ଅ।କ୍ରମଣ କଲେ ମଣିଷ ବେକର ହାଡ଼ ଭାଙ୍ଗି ଯାଇଥାଏ । ମାତ୍ର ଅଭିଯୋଗ ଆସିଥିବା ମୃତକଙ୍କ ଠାରେ ସେପରି ଦେଖାଯାଇ ନାହିଁ । ଏହି କାରଣରୁ ସୁନ୍ଦରୀକୁ ନରଖାଦକ ଘୋଷଣା କରି ହେବ ନାହିଁ । ଏହା ବ୍ୟତୀତ ଦୁର୍ଘଟଣା ଘଟିଥିବା ଗାଁରେ ପୂର୍ବରୁ ବନ କର୍ମଚାରୀ ସତର୍କ ରହିବା ଲାଗି ସୂଚନା ଦେଇଥିଲେ । ବାରଣ ସତ୍ୱେ ମାଛ ମାରିବାକୁ ଯିବାରୁ ଅଘଟଣ ଘଟିଲା ବୋଲି ପିସିସିଏଫ୍ କହିଛନ୍ତି । ଏଥିସହ ବନ ୪ କର୍ମଚାରୀ ମଧ୍ୟ ନିଖୋଜ ଥିବା ସେ କହିଛନ୍ତି ।

ଅନ୍ୟପକ୍ଷରେ ସୋମବାର ସକାଳୁ ସାତକୋଶିଆ ନିକଟ ଜଙ୍ଗଲିଆ ଗାଁ ବାଘମୁଣ୍ଡାରେ ବାଘୁଣୀ “ସୁନ୍ଦରୀ’ ଗୋଟାଏ ବଳଦ ଶୀକାର କରିଥିବା ଅଭିଯୋଗ ହୋଇଛି । ବଳଦଟି ପାଖ ଜଙ୍ଗଲରେ ଚରାବୁଲା କରୁଥିବା ବେଳେ ବାଘୁଣୀ ଟାଣି ନେଇଥିଲା । ଘଟଣାସ୍ଥଳରେ ବଳଦର ରକ୍ତ ଦେଖିବାକୁ ମିଳଥିଲା । ଏହି ଘଟଣା ଜଣାପଡିବା ପରେ ବାଘମୁଣ୍ଡା ଅଂଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି । ଫଳସ୍ୱରୂପ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ବାହାରିଥିବା ବନ ବିଭାଗର ଏକ ଟିମକୁ ମଧ୍ୟ ସେମାନେ ଅଟକାଇ ରଖିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ବାଘୁଣୀ ଗୃହପାଳିତ ପଶୁଙ୍କ ଠାରୁ ଆରମ୍ଭ କରି ମଣିଷଙ୍କୁ ଶୀକାର କରୁଛି । ମାତ୍ର ବନ ବିଭାଗ କିମ୍ବା ପ୍ରଶାସନ ତରଫରୁ ସେମାନଙ୍କର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ବାଘୁଣୀ “ସୁନ୍ଦରୀ’ ଟାଇଁଶି ଗ୍ରାମର ଶ୍ରୀନାଥ ସାହୁଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା । ଶ୍ରୀନାଥଙ୍କ ଶବ ରଖି ଲୋକେ ରାତି ଯାଏଁ ତୀବ୍ର ପ୍ରତିବାଦ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ