Connect with us

ଓଡିଶା

ଭୁବନେଶ୍ୱରରେ ଇସ୍ପାତ ସମ୍ମିଳନୀ ଆଜି

ସାଙ୍କେତିକ ଚିତ୍ର

ଭୁବନେଶ୍ୱରରେ ଇସ୍ପାତ ସମ୍ମିଳନୀ ଆଜି
ଯୋଗଦେବେ ୫ କେନ୍ଦ୍ର ମନ୍ତ୍ରୀ , ୩୦୦ ବିଦେଶୀ ପ୍ରତିନିଧି
ଭୁବନେଶ୍ୱର,୨୨ା୧୦ : ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରେ ‘ଇସ୍ପାତ କ୍ଷେତ୍ରରେ ମୂଳଧନୀ ସାମଗ୍ରୀ ଏବଂ ଭାରତରେ ବିନିର୍ମାଣ’ ବିଷୟ ଉପରେ ଏକ ସମ୍ମିଳନୀର ଆୟୋଜିତ ହେବ । ଏହି ଏକଦିବସୀୟ ସମ୍ମିଳନୀରେ ଇସ୍ପାତ କ୍ଷେତ୍ର ପାଇଁ ବୈଶ୍ୱିକ ଅନୁଭବ ଏବଂ ପୁଂଜିଗତ ଘରୋଇ ବସ୍ତୁର କ୍ଷମତା ଏବଂ ଘରୋଇ କ୍ଷମତା ବିସ୍ତାରକୁ ପ୍ରୋତ୍ସାହିତ କରିବା ବିଷୟ ଉପରେ ଦୁଇଟି ପାନେଲ ଆଲୋଚନା ଆୟୋଜିତ ହେବ । ଯେଉଁଥିରେ ଇସ୍ପାତ ଉଦ୍ୟୋଗର ପ୍ରମୁଖ ବ୍ୟକ୍ତି ବିଶେଷ, ନୀତି ନିର୍ମାତା ଏବଂ ବିଶେଷଜ୍ଞ ଭାରତରେ ଇସ୍ପାତ ଉଦ୍ୟୋଗ ପାଇଁ ମୁଖ୍ୟ ବିଷୟ ଏବଂ ସରକାରୀ ସହାୟତା ସମ୍ବନ୍ଧରେ ଚର୍ଚ୍ଚା କରିବେ ।

ଏହି ସମ୍ମିଳନୀରେ ପାଂଚ କେନ୍ଦ୍ରମନ୍ତ୍ରୀ – କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ, ବାଣିଜ୍ୟ, ଶିଳ୍ପ ଓ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ, ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରି ଶିଲ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଗଙ୍ଗାରାମ ଗୀତେ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ବିଷ୍ନୁ ଦେଓ ସାଏ, ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଇସ୍ପାତ ମନ୍ତ୍ରଣାଳୟ, ଭାରୀ ଉଦ୍ୟୋଗ ବିଭାଗର ସଚିବ ଏବଂ କେନ୍ଦ୍ର ତଥା ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭାଗନେବେ । ଭାରତୀୟ ମୂଳଧନୀ ସାମଗ୍ରୀ ନିର୍ମାତା, ବିଦେଶୀ ପ୍ରାଦ୍ୟୋଗିକୀ ସଂସ୍ଥା, ବିଦେଶୀ ମୂଳଧନୀ ସାମଗ୍ରୀ ନିର୍ମାତା, ପରାମର୍ଶଦାତା ଏବଂ ଇସ୍ପାତ ନିର୍ମାତାମାନଙ୍କ ମଧ୍ୟରେ ୨୦ଟି ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯିବ ।

ଲକ୍ସମବର୍ଗ, ସ୍ପେନ, ଇଟାଲୀ, ଜର୍ମାନୀ, ନେଦରଲାଣ୍ଡ, ଫିନଲାଣ୍ଡ, ଚୀନ ଏବଂ ଜାପାନରୁ ମଧ୍ୟ ଇସ୍ପାତ ନିର୍ମାତାମାନେ ଯୋଗ ଦେଉଛନ୍ତି । ଏହି ବୁଝାମଣା ପତ୍ରରେ ହସ୍ତାକ୍ଷର ଦ୍ୱାରା ୫ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ଆମଦାନୀ କରାଯାଇଥିବା ମୂଳଧନୀ ସାମଗ୍ରୀ ଆଗାମୀ ୧୨ ବର୍ଷ ମଧ୍ୟରେ ଇସ୍ପାତ କ୍ଷେତ୍ରରେ ମେକ-ଇନ-ଇଣ୍ଡିଆ ଅଭିଯାନର ଏକ ଅଂଶ ଭାବେ ଦେଶରେ ନିର୍ମାଣ ହେବ । ଏହି ସମ୍ମିଳନୀରେ ବିଶ୍ୱ ଇସ୍ପାତ ସଂଘର ୩୦୦ ପ୍ରତିନିଧି ଏବଂ ବିଦେଶୀ ପ୍ରାଦ୍ୟୋଗିକୀ/ଟେକୋ୍ନଲଜୀ କମ୍ପାନୀର ୨୮ ଜଣ ସିଇଓ ମଧ୍ୟ ଭାଗନେବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା