Connect with us

ଓଡିଶା

ଓଡିଶାରେ ତ୍ରିପୁରା ଭଳି ଫଳାଫଳ ହେବ – ମୋଦି

ସାଙ୍କେତିକ

ଓଡିଶାରେ ସରକାର ବଦଳାଇବାକୁ ଭବାନୀପାଟଣା ସଭାରେ ଆହ୍ୱାନ ଦେଲେ ମୋଦି
– ଚଳିତ ନିର୍ବାଚନରେ ଓଡିଶାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି
-ଓଡିଶାରେ ତ୍ରିପୁରା ଭଳି ଫଳାଫଳ ହେବ
-୨୦୧୭ରେ ଉତରପ୍ରଦେଶ ଓ ୨୦୧୮ରେ ତ୍ରିପୁରା ପରି ଏଥର ଓଡିଶାର ହେବ ନିର୍ବାଚନ ଫଳ
ଭୁବନେଶ୍ୱର, ୦୨ ଏପ୍ରିଲ – ବିଗତ ପଂଚାୟତ ନିର୍ବାଚନରେ ବିଜେପିକୁ ଯେଉଁ ସଫଳତା ମିଳିଛି ଆସନ୍ତା ସାଧାରଣ ନିର୍ବାଚନରେ ସେହି ସଫଳତା ଯେପରି ମିଳିବ ସେଥିନେଇ ଅଧିକ ସହଯୋଗର ଆବଶ୍ୟକତା ରହିଛି । ଉଭୟ ରାଜ୍ୟ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲେ ଓଡିଶା ସମେତ ଦେଶରେ ବହୁ ବଡ ପରିବର୍ତନ ହେବ । ଓଡିଶାରେ ଚିଟ୍ଫଣ୍ଡ ଚୋରଙ୍କୁ ସୁରକ୍ଷା ଦେଉଥିବା ସରକାର ଦରକାର ନା ଚେ୍øକିଦାର ସରକାର ଦରକାର? ଏବେ ଓଡିଶାରେ ପରିବର୍ତନର ସମୟ ଆସିଯାଇଛି । ଏହି ନିର୍ବାଚନରେ ଓଡିଶାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି । ଯାହା ୨୦୧୭ରେ ଉତରପ୍ରଦେଶ ଓ ୨୦୧୮ରେ ତ୍ରିପୁରାରେ ହୋଇଛି, ଏଥର ଓଡିଶାରେ ତାହା ହେବ । କେନ୍ଦ୍ର ସହ ଓଡିଶାରେ ଏଥର ବିଜେପି ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ଅବସରରେ ପ୍ରକାଶ କରିଛନ୍ତି ।
ଏହି ସଭାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ମୋଦି କହିଥିଲେ ଯେ କେନ୍ଦ୍ରକୁ ବିଜେଡି ସରକାର କୌଣସି ସହଯୋଗ ଦେଉନାହିଁ । କେନ୍ଦ୍ରର ଆୟୁଷ୍ମାନ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ତାଲିକା ଦେଉନାହିଁ । ଯାହାଫଳରେ ଓଡିଶାର ଚାଷୀ ଓ ଗରୀବ ମାନେ ଏହି ଯୋଜନାରେ ସହାୟତା ପାଇବାରୁ ବଂଚିତ ହେଉଛନ୍ତିି । ରାଜ୍ୟ ସରକାର ୧୯ ବର୍ଷ ହେଲା କ୍ଷମତାରେ ରହିଥିଲେ ହେଁ କେବଳ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଛି । ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ସହଯୋଗ ନଦେଲେ ମଧ୍ୟ ମୁଁ ଏବଂ ମୋ ସରକାର ଆପଣମାନଙ୍କ ସେବାରେ ଲାଗି ରହିଛି ।
ଆପଣମାନଙ୍କ ଆଶୀର୍ବାଦ ଓ ଜଗନ୍ନାଥ ମହାପ୍ରଭୂଙ୍କ ଆଶୀର୍ବାଦ ପାଇଁ ଦେଶରେ କେତେକ କ୍ଷେତ୍ରରେ ବିକାଶ ଘଟିଥିବା ବେଳେ ଆଉ କେତେକ କ୍ଷେତ୍ରରେ ପରିବର୍ତନ ଆସିଛି । ଆପଣମାନେ ଆପଣମାନଙ୍କ ଭାଗ୍ୟ ବିଧାତା ।ମୁଁ କେବଳ ନିମିତ ମାତ୍ର । ଜଣେ ସେବକ । ସେବକ ହିସାବରେ ମୁଁ କାମ କରୁଛି । କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ ଯେ ଯେତେବେଳେ ନିର୍ବାଚନ ଆସେ ସେମାନେ ଗରୀବଙ୍କ କଥା ଚିନ୍ତା କରନ୍ତି । ଗରୀବଙ୍କ ଭୋଟ ହାତେଇବା ପାଇଁ ସେମାନେ ବହୁ ପ୍ରତିଶ୍ରୁତି ଦେଇ ପରେ ଧୋକା ଦେଇଥାନ୍ତି । ଉକ୍ତ ଦଳ ଶାସନ କ୍ଷମତାରେ ଥିବା ବେଳେ ଯାହା କରିନଥିଲେ ଏନଡିଏ ସରକାର ତାହା ଗତ ୫ ବର୍ଷ ମଧ୍ୟରେ କରିଛନ୍ତି । ବନଧନ ଯୋଜନାରେ ୫୦ ଟି ବନଯାତ ଦ୍ରବ୍ୟ ଉପରେ ଏମଏସପି ଧାର୍ଯ୍ୟ କରାଯାଇଛି । ଓଡିଶାର ୨୪ ଲକ୍ଷ ପରିବାରକୁ ବିଜୁଳି ସଂଯୋଗ ଦିଆଯାଇଥିବା ବେଳେ ୪୦ ଲକ୍ଷ ମହିଳାଙ୍କୁ ଉଜ୍ଜଳା ଗ୍ୟାସ୍ ଦିଆଯାଇଛି । ବ୍ୟାଙ୍କରେ୧.୪୦ କୋଟି ଜମାଖାତା ଖୋଲାଯାଇଛି । ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଗତ ୫ ବର୍ଷରେ ୮ ଲକ୍ଷ ପରିବାରକୁ ପକ୍କା ଘର ଦିଆଯାଇଛି ।୫ ବର୍ଷ ମୁଁ କ୍ଷମତାରେ ରହିଥିବା ବେଳେ କୌଣସି ଦିନ ଛୁଟି ନନେଇ ଦିନ ରାତି ଲଗାତାର ପରିଶ୍ରମକରିଛି । ଏହି ଶରୀରୁ ଯେତିକି କାମ ନିଆଯାଇପାରେ ସେତିକି କରିଛି ।
ସେ ଆହୁରି କହିଛନ୍ତି ଯେ ଆଦିବାସୀମାନଙ୍କର ବିକାଶ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ସମୟରେ ଆଦିବାସୀ ମନ୍ତ୍ରଣାଳୟ ଖୋଲାଯାଇଥିବା ବେଳେ ବର୍ତମାନ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ କରାଯାଇଛି । ଏହା ବ୍ୟତୀତ ଓଡିଶାରେ ଜନଜାତି ପିଲାଙ୍କ ପାଇଁ ମଡେଲ ସ୍କୁଲ କରାଯାଇଛି । ନିଜ ଜମିରେ ବାଉଁଶ କାଟିବାପାଇଁ ପୂର୍ବରୁ ଅନୁମତି ନଥିଲା । ଏବେ ସେ ବ୍ୟବସ୍ଥା ନାହିଁ । ୨୦୧୪ରେ ଓଡିଶାରେ ବିଜେପି ର୍ସରକାର ଆସିଥିଲେ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥାନ୍ତା ।
ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧି କଳାହାଣ୍ଡି ଆସିଥିବା ବେଳେ ଦିଲ୍ଲୀରୁ ୧ ଟଙ୍କା ଆସୁଥିବା ବେଳେ ଏଠାକୁ ୧୫ ପଇସା ପହଂଚୁଥିବା କହିଥିଲେ । ତାର ପ୍ରତିକାର ବ୍ୟବସ୍ଥା ସେ କରିପାରିନଥିଲେ । ମୋଦି ରୋଗ ଚିହ୍ନେ ଏବଂ ଭଲ ହେବା ପାଇଁ ଔଷଧ ମଧ୍ୟ ଦିଏ । ଏବେ ୧ଟଙ୍କା ଆସିଲେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ସିଧାସଳଖ ପହଂଚୁଛି । ଦେଶର ସିଂହ ଭାଗ ଅର୍ଥ ଦଲାଲ ଓ ଲୁଟେରାମାନଙ୍କ ହାତକୁ ଚାଲିଯାଉଛି । କଂଟ୍ରୋଲ ସାମଗ୍ରୀ ମଧ୍ୟ ଲୁଟ୍ ହେଉଛି । ଜନ୍ମ ହୋଇନଥିବା ବ୍ୟକ୍ତି ଙ୍କ ନାମରେ ଖାଦ୍ୟ ଶସ୍ୟ ଓ ସହାୟତା ଉଠାଯାଉଛି । ।ଏହିଭଳି ୮ କୋଟି ଲୋକଙ୍କୁ ଚିହ୍ନଟ କରାଯାଇ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି ।
ପୂର୍ବରୁ କଂଗ୍ରେସର ରିମୋର୍ଟ କଂଟ୍ରୋଲ ସରକାରରେ ସୁଧାର ଆସିଥିଲା । ରାଜୀବଙ୍କ ସମୟରେ ୧୫ ପଇସା ଆସିଥିଲା କିନ୍ତୁ ମନମୋହନ ସରକାରରେ ୧୬ ପଇସା ଆସିଲା କହି ଶ୍ରୀ ମୋଦି କଟାକ୍ଷ କରିଛନ୍ତି । ଗରିବଙ୍କ ଟଙ୍କା ଲୁଟିଥିବା ଦଳକୁ କ୍ଷମା ଦିଆଯାଇ ପାରିବ ନାହିଁ ।ବିଜେପି ସରକାରରେ ବର୍ତମାନ କେନ୍ଦ୍ର ଦିଲ୍ଲୀରୁ ୧୦୦ ପଇସା ପଠାଇଲେ ସବୁ ପଇସା ଗରିବଙ୍କ ପକେଟରେ ପହଁଚୁଛି ।
କେନ୍ଦ୍ର ସରକାର ୨୪ ଟଙ୍କାରେ କିଣୁଥିବା ଗହମ ଗରିବଙ୍କୁ ୨ ଟଙ୍କାରେ ମିଳେ । ଗରିବଙ୍କ ସୁବିଧା ପାଇଁ ଚାଉଳ ମଧ୍ୟ ୩୦ ଟଙ୍କାରେ କିଣି କେବଳ ୩ଟଙ୍କାରେ ସେମାନଙ୍କୁ ମିଳିଥାଏ । କିନ୍ତୁ ଏହାର ସୁଫଳ ଗରିବଙ୍କୁ ମିଳୁ ନଥିଲା । ଯାହା ଏବେ ଦୂର ହୋଇଛି । ୮ କୋଟି ଏପରି ଦଲାଲୀ ଲୋକଙ୍କୁ ସନ୍ଧାନ କରାଯାଇଛି, ଯେଉଁମାନେ ଗରିବଙ୍କୁ ଲୁଟ କରି ସେହି ଟଙ୍କାକୁ କଳାଧନରେ ପରିଣତ କରୁଥିଲୋ ବିଜେପି ଜାଲ ହିତାଧିକାରୀଙ୍କୁ ବାହାର କରିବା ସହ ଏହା ଉପରେ ରୋକ ଲଗାଇଛି । କିନ୍ତୁ ଗରିବଙ୍କୁ ଲୁଟିଥିବା ବିରୋଧୀ ଚୌକିଦାର ହଟାଅ ଏବଂ ମୋଦୀ ହଟାଅ କହୁଛନ୍ତି । ଗରିବଙ୍କ ହକକୁ ରକ୍ଷା କରିବା ପାଇଁ ଏହି ଗାଳି ମୋ ପାଇଁ ଗହଣା ସଦୃଶ ବୋଲି ମୋଦି କହିଛନ୍ତି ।
ସଭା ଆରମ୍ଭ ଓ ଶେଷରେ ମୋଦି ଭାରତମାତାକି ଜୟ ଧ୍ୱନୀ ଦେଇଥିଲେ । ସଭା ଆରମ୍ଭରୁ ପଶ୍ଚିମ ଓଡିଶା ଭାଷାରେ ସବକେ ଜୁହାର , ଆପଣମାନେ କେନ୍ତା ଅଛନ୍ , ମାଣିକେଶ୍ୱରୀ ଚରଣ ତଲେ ମୋର ପ୍ରମାଣ ବୋଲି ମୋଦି କହିଥିଲେ । ଏହି ସମୟରେ ଚକରା ବିଷୋଇ , ମଧୁସୂଦନ ଦାସ , ଗୋପବନ୍ଦୁ ଦାଶ , ରେଣ୍ଡ ମାଝୀ ପ୍ରମୁଖଙ୍କୁ ସେ ସ୍ମରଣ କରିଥିଲୋ
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ ସଭାପତି ଓ ମୁଖପାତ୍ର ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ତଥା ଦଳୀୟ ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡା, ବରିଷ୍ଠ ନେତା ଡ.ଦାମୋଦର ରାଉତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତାରାଣୀ ସାହୁ, ସମସ୍ତ ବିଧାନସଭା ପ୍ରାର୍ଥୀ, ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା