Connect with us

ଅପରାଧ

ଧରା ଦେଉନି ସୁନ୍ଦରୀ

ସାଙ୍କେତିକ ଚିତ୍ର

ଧରା ଦେଉନି ସୁନ୍ଦରୀ
ବାଘୁଣୀକୁ କାବୁ କରିବାକୁ ଉଦ୍ୟମ ଜାରି
ଟେକା ପଥର ମାରିବା ଓ ପୋଲିସ ଗାଡି ପୋଡିବା ଘଟଣାରେ ୧୯ ଜଣଙ୍କୁ କୋର୍ଟଚାଲାଣ
ଭୁବନେଶ୍ୱର,୨୪ା୧୦: ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ୨ ଥର ଉଦ୍ୟମ କରି ବିଫଳ ହେବା ପରେ ବୁଧବାର ତୃତୀୟ ଥର ପାଇଁ ଉଦ୍ୟମ ଜାରୀ ରହିଛି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାପାଇଁ ୩ ଟି ଟିମ୍ ନିୟୋଜିତ ହୋଇଛନ୍ତି । ଗତକାଲି ସକାଳେ ଏବଂ ରାତିରେ ୨ ଥର ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରାଯାଇଥିଲା । ସାତକୋଶିଆରେ ନାକେଦମ୍ କଲାଣି ସୁନ୍ଦରୀ ।

ଦୁଇ ଦିନ ହେଲା ବାଘୁଣୀ ସୁନ୍ଦରୀକୁ ଖୋଜା ଚାଲିଥିଲେ ବି ସେ ଧରା ଦେଉନାହିଁ । ତେଣୁ ସୁନ୍ଦରୀକୁ ଧରିବା ପାଇଁ ଗୋଟିଏ ଛେଳି ଅଣାଯାଇ ଜଙ୍ଗଲରେ ଛଡାଯିବାକୁ ନିଷ୍ପତି ହୋଇଛି । ଜଙ୍ଗଲ ଭିତରେ କଂଚା ମାଂସର ବାସ୍ନା ମଧ୍ୟ ସ୍ପ୍ରେ କରାଯାଉଛି । ଏହି ବାସ୍ନାରେ ମାଂସ ଖାଇବାକୁ ବାଘୁଣୀ ଅ।ସିଲେ ଛେଳିକୁ ଛଡାଯିବ ଏବଂ ଏହି ସମୟରେ ଚାରିପଟୁ ଜଗି ରହିଥିବା ଟ୍ରାଙ୍କୁଲାଇଜ୍ ଟିମ୍ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା କରିଛନ୍ତି । ବାଘୁଣୀକୁ କାବୁ କରିବାକୁ ସାତକୋଶିଅ। ଜଙ୍ଗଲରେ ମଂଚବାନ୍ଧି ଅ।ବଶ୍ୟକ ନିଶ୍ଚେତକ ଏବଂ ଯନ୍ତ୍ରପାତି ସହ ବିଶେଷଜ୍ଞ ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ବାଘୁଣୀ ଦେଖା ଦେଉନଥିବାରୁ ଏହା ଚିନ୍ତାର କାରଣ ହୋଇଛି ।

ଅପରପକ୍ଷରେ ବାଘୁଣୀ ଏବେବି ଖୋଲାଖୋଲି ବୁଲୁଥିବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଲାଗି ରହିଛି । ଗ୍ରାମବାସୀ ତାଟି କବାଟ ଦେଇ ରହୁଛନ୍ତି । ଛୋଟ ପିଲାଙ୍କୁ ବାହାରକୁ ଛାଡୁ ନାହାନ୍ତି ଏବଂ ସଂଧ୍ୟା ହେଲେ ନିଆଁ ଜାଳି ଜଗି ରହୁଛନ୍ତି । ଆଜି ସଂନ୍ଧ୍ୟାରେ ତୃତୀୟ ଥର ପାଇଁ ଟ୍ରାଙ୍କୁଲାଇଜର ଟିମ୍ ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ ବାଘୁଣୀ ସୁନ୍ଦରୀ ସେମାନଙ୍କୁ ଚକମା ଦେଖାଇ ଘଂଚ ଜଙ୍ଗଲକୁ ଖସି ପଳାଇଥିଲା । ଫଳରେ ଏହି ଟିମ୍ ହତାଶ ହୋଇ ଫେରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳା, ଜଣେ ପୁରୁଷ ଏବଂ ଗାଇଗୋରୁ ମୃତ୍ୟୁବରଣ କରିଥିବା ଘଟଣାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ସାଧାରଣରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯାଇଥିବା ପୋଲିସ ଉପରକୁ ଟେକା ପଥର ମାରିବା ଓ ଗାଡି ପୋଡିବା ଘଟଣାରେ ପୋଲିସ ଆଜି ୧୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ