Connect with us

ଓଡିଶା

କେନ୍ଦ୍ରାପଡା ରୁ ରାଜସ୍ଥାନ ଯିବ ଇଭିଏମ୍ ମେସିନ୍

ସାଙ୍କେତିକ

କେନ୍ଦ୍ରାପଡା ରୁ ରାଜସ୍ଥାନ ଯିବ ଇଭିଏମ୍ ମେସିନ୍
କେନ୍ଦ୍ରାପଡ଼ା,୯ଡିସେମ୍ବର – କେନ୍ଦ୍ରାପଡାରେ ସାଧାରଣ ନିର୍ବାଚନ ପରେ ଦୀର୍ଘ ମାସରୁ ଗଚ୍ଛିତ ଥିବା ଇଭିଏମ୍ ମେସିନ୍ ଗୁଡିକ ରାଜସ୍ଥାନ ଯିବ ବୋଲି ଜଣାପଡିଛି ।

ଶନିବାର ରାଜସ୍ଥାନ ଢୋଲପୁର ଅଂଚଳରୁ ଏକ ୫ଜଣିଆ ଟିମ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ୩୪୨୯ ଟି ଇଭିଏମ୍ ମେସିନ୍ ନେବା ପାଇଁ ଆଲୋଚନା କରିଛନ୍ତି । ଏହି ମେସିନ୍ ଗୁଡିକ ରାଜସ୍ଥାନ ର ଢୋଲପୁର ରେ ହେଉଥିବା ନିର୍ବାଚନ କାମରେ ଅସିବ ବୋଲି ଢୋଲପୁର ର ନିର୍ବାଚନ ଅଧିକାରୀ ଦାମୋଦର ଲାଲ ମିନା ଜଣାଇଛନ୍ତି ।

ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ଢୋଲପୁର ର ନିର୍ବାଚନ ବିଭାଗର ପବନ ଗୋୟଲ୍, ଶୈଳେନ୍ଦ୍ର ଭିୟାସ୍, ଅତେନ୍ଦ୍ର ଭଶିଷ୍ଟା, ଗୈାରବ ଶର୍ମା ପ୍ରମୁଖ ଇଭିଏମ୍ ମେସିନ୍ ନେବାପାଇଁ କେନ୍ଦ୍ରାପଡାରେ ପହଁଚିଥିବାର ଜଣା ପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା