Connect with us

ଆଞ୍ଚଳିକ

ଦୁଇ ବର୍ଷ ପରେ ଦିଲ୍ଲୀ ରୁ ନିଖୋଜ ଯାଇଥିବା ମହିଳା ଉଦ୍ଧାର

ସାଙ୍କେତିକ

ଦୁଇ ବର୍ଷ ପରେ ଦିଲ୍ଲୀ ରୁ ନିଖୋଜ ଯାଇଥିବା ମହିଳା ଉଦ୍ଧାର

କେନ୍ଦୁଝର, ୧୩ ସେପ୍ଟେମ୍ବର – ସୋସିଆଲ ମିଡିଆର  ଦେଖିବାକୁ  ମିଳିଛି କମାଲ । ସୋସିଆଲ ମିଡିଆ ପାଇଁ ଦୁଇ ବର୍ଷ ତଳେ କେନ୍ଦୁଝର ର ଏକ ନିପଟ  ପଲ୍ଲୀର ଗୌରୀ ମହାନ୍ତ ନାମକ ମହିଳା ଦିଲ୍ଲୀ ଯାଇଥିବା  ବେଳେ ସେଠାରୁ  ନିଖୋଜ ଯାଇଥିଲେ । ପରେ ସେ ଆଜି ଶୁକ୍ରବାର ସେ ଉଦ୍ଧାର ପାଇ ଘର କୁ ଫେରିପାରିପାରିଛନ୍ତି । ଏହି ଘଟଣାକୁ ନେଇ  ସାରା ଗାଁ ରେ କେବଳ ଖୁସିର ଲହର ଦେଖିବାକୁ ମିଳି ନାହିଁ , ଖୁସି ର କାନ୍ଦ ଓ ଲୁହ ରେ ଫାଟି ପଡୁଛି ସାରା ଗାଁ  । ଏପରି  ଏକ ନିଛକ ଚିତ୍ର ଦେଖିବା କୁ ମିଳିଛି କେନ୍ଦୁଝର ସଦର ବ୍ଲକ ର ମଇଦାନକେଲ ଗାଁ ରେ ।

ସଂସାର ରେ ଆଜି ବି ବଞ୍ଝିଛି ମଣିଷ ପଣିଆ । ଯେତେବେଳେ ମଣିଷ ଟଏ ନିରାଶ୍ରୟ ଅସହାୟ ହୋଇପଡେ  ସେ  ଏକା ହୋଇପଡେ ।  ତାକୁ ବୁଦ୍ଧିବାଟ କିଛି ଦେଖାଯାଏ ନାହିଁ ।  ଠିକ୍ ସେତେକି ବେଳେ ଏପରି କିଛି ମଣିଷ ଓ ସଂଙ୍ଗଠନ ଅଛନ୍ତି ଯିଏ କି ଭଗବାନ ଭଳି ସେହି ଲୋକ ଟି ପାଖରେ ଆସି ପହଞ୍ଝି ଯାଆନ୍ତି । ସେତେ ଯେମିତି ଭଗବାନ ଙ୍କ ଦ୍ୱାରା ପ୍ରେରିତ ଦୂତଟିଏ   । ଏପରି ଘଟଣା ଦେଖିବାକୁ ମିଳିଛି ମଇଦାନକେଲର ଗୌରୀ ମହାନ୍ତ ଙ୍କ କ୍ଷତ୍ର ରେ ।    କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗାଁ ର ୪୫ ବର୍ଷିୟା ଗୌରୀ ମହାନ୍ତ ପାଚୀକା ଭାବରେ କାମ କରନ୍ତି । ପାଚିକା ମାନଙ୍କର ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ପଚିକା ସଂଙ୍ଗଠନ ପକ୍ଷରୁ ଅନେକବାର ଆନ୍ଦୋଳନ ଓ ଧର୍ମଘଟ ହୋଇଛି  । ହେଲେ ରାଜ୍ୟ ସରକାର ତାଙ୍କ କଥା ଶୁଣୁ ନାହାଁନ୍ତି । ତେଣୁ ସଂଙ୍ଗଠନ ପକ୍ଷରୁ ଦାବୀ ହାସଲ ପାଇିଁ  ଆନ୍ଦୋଳନ କରିବାକୁ ପାଇଁ ଦିଲ୍ଲୀ ଚାଲୋ ଡକରା ଦିଆଯାଇଥିଲା ।

୨୦୧୭ ମସିହା ନଭେମ୍ବର ୭ ତାରିଖ ରେ ସମସ୍ତ ଙ୍କ ସହ ଗୌରୀ ମହାନ୍ତ ଓ ତାଙ୍କ ଭଉଣୀ କୁନ୍ତଳା ମହାନ୍ତ ନିଜ ହକ ପାଇ ଆନ୍ଦୋଳନ କରିବା କୁ ସଂଗଠନର ଶହ ଶହ ପାଚିକା ଙ୍କ ସହ ଦିଲ୍ଲୀ ଗଲେ । ହେଲେ ସେଠାରେ ଆନ୍ଦୋଳନ ପରେ ଗୌରୀ ମହାନ୍ତ ଦିଲ୍ଲୀ ରେ ବାଟବଣା ହୋଇ କୁଆଡେ ହଜିଗଲେ ବା ନିଖୋଜ ହୋଇଗଲେ  । ତାଙ୍କୁ ଅନେକ ଖୋଜା ଖୋଜି କରି ସୁଦ୍ଦା କେହି ପାଇଲେ ନାହିଁ । ସଂଙ୍ଗଠନ ପକ୍ଷରୁ ତାଙ୍କ ଘରକୁ ଖବର ଦେବା ପରେ ସେହି ବର୍ଷ ନଭେମ୍ବର ୧୧ ତାରିଖ ରେ ତାଙ୍କ ପୁତୁରା ଦିଲ୍ଲୀ ଯାଇ ଅନେକ ଦିନ ଧରି ଖୋଜା ଖୋଜି କରିଥିଲା  । କିନ୍ତୁ  ଗୌରୀଙ୍କୁୁ ନ ପାଇ ଶେଷରେ ଦିଲ୍ଲୀର କାଇକାଜି ପୋଲିସ ଷ୍ଟେସନରେ ଏକ ଏତଲା ଦେଇ ନିରାଶରେ ଘରକୁ ଫେରିଥିଲେ । ୟା ଭିତରେ ଗୌରୀଙ୍କର ହଜିବାକୁ  ପ୍ରାୟ ଦୁଇ ବର୍ଷ ହେବାକୁ  ବସିଲାଣି । ହେଲେ ହଠାତ୍ ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖରେ ସୋସିାଲ ମିଡିଆରେ ତାଙ୍କ ଘର ଲୋକ ଗୌରୀଙ୍କ ଫଟୋ ଦେଖିବାକୁ ପାଇଥିଲେ ।  ଯେଉଁଥିରେ  ତାଙ୍କ ନିଖୋଜ ସମ୍ପର୍କରେ ଏକ ଲେଖା ଲେଖାଥିଲା । ଦିଲ୍ଲୀର ଦି ଆର୍ଥ ସେଭର୍ର୍ସ ଫାଉଣ୍ଡେସନ ନାମକ ଏକ ସ୍ୱଛାସେବୀ ସଂସ୍ଥାରେ ଗୌରୀ ଥିବା ଜାଣିବାକୁ ପାଇଥିଲେ  । ଏବଂ ସେହି ସୂଚନାକୁ ଆଧାର କରି  ସେଠାରୁ  ତାଙ୍କ ଘର ଲୋକେ ଗୌରୀଙ୍କୁ ଉଦ୍ଧାର କରିଛନ୍ତି ।

ଗୌରୀ ଦିଲ୍ଲୀରେ ବାଟବଣା ହୋଇଯିବା ପରେ ତାଙ୍କୁ ଏହି ସଂସ୍ଥା ର ଲୋକେ ଉଦ୍ଧାର କରି ନେଇଯାଇଥିଲେ । ହେଲେ ଗୌରୀ ଓଡିଆ ଛଡା କିଛି ଭାଷା କହି ପାରୁ ନଥିବାରୁ ଓ ସେମାନେ ଓଡିଆ ବୁଝିପାରୁ ନଥିବାରୁ କାରଣରୁ ଗୌରୀଙ୍କ ଘର ଲୋକଙ୍କ ସହ ଯୋଗା ଯୋଗ ସମ୍ଭବ ହୋଇ ପାରିନଥିଲା । ହେଲେ ଏଇ କିଛି ଦିନ ପୂର୍ବେ  କଟକ ଅଞ୍ଚଳର ଜଣେ ମହିଳା ସେହି ସଂସ୍ଥାରେ ଚାକିରୀ ରେ ଯୋଗ ଦେଲେ  । ସେ ଗୌରୀଙ୍କ ସହ ୩ ଜଣ ଓଡିଆ ସେଠାରେ ଥିବା ଜାଣିବା ପରେ ସୋସିଆଲ ମିଡିଆରେ ଗୌରୀଙ୍କର ଫଟ ଛାଡିଥିଲେ ଓ ସେ ଆଜି ଶୁକ୍ରବାର ଘରକୁ ଫେରି ପାରିଛନ୍ତି ।

ଏହା ହିଁ ଆଜିର ଶୋସିଆଲ ମିଡିଆର କମାଲ । ଅଧିକାଂଶ ସମୟରେ ସୋସିଆଲ ମିଡିଆ ଭଲ କାମରେ ମଧ୍ୟ ଲାରିପାରୁଥିବା ଦେଖିବାକୁ  ମିଳୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ