Connect with us

ଦେଶ

ଦିଲ୍ଲୀରେ ହାଇଆଲର୍ଟ

ସାଙ୍କେତିକ ଚିତ୍ର

ପଞ୍ଜାବରେ ୭ ଆତଙ୍କବାଦୀଙ୍କ ପ୍ରବେଶ

ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ,୧୫ା୧୧ : ପଞ୍ଜାବର ଫିରୋଜପୁରରେ ଜୈଶ-ଏ-ମହମ୍ମଦର ୭ଜଣ ଆତଙ୍କବାଦୀ ପ୍ରବେଶ କରିଥିବାର ସୂଚନା ମିଳିବା ପରେ ଏହାକୁ ନେଇ ହାଇଆଲର୍ଟ ଜାରି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଏହି ବାଟ ଦେଇ ଦିଲ୍ଲୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ପଞ୍ଜାବ ଗୁଇନ୍ଦା ବିଭାଗର ଏହି ସୂଚନା ପରେ ସୀମାନ୍ତକୁ ସୂଚନା ଦିଆଯିବା ସହ ବୁଧବାର ପଞ୍ଜାବ-ପଠାନକୋର୍ଟଠାରେ ୪ ଦୁର୍ବୃତ୍ତଙ୍କ ଦ୍ୱାରା ଲୁଟ୍ ହୋଇଥିବା କାର ଅଭିଯୋଗକୁ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ତର୍ଗତ ଭାବେ ସନ୍ଦେହ କରାଯାଉଛି ।

ଏହି ଘଟଣା ପ୍ରକାଶିତ ହେବା ପରେ ପୂର୍ବ ପଞ୍ଜାବରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀମାନେ ସଡକ ପଥରେ ଦିଲ୍ଲୀ ଯାଇ ସେଠାରେ ବଡ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାର ସମ୍ଭାବନା ରହିଥିବା ବେଳେ ଏଥିରେ ବିଫଳ ହେଲେ ପଞ୍ଜାବରେ ବଡ ଧରଣର ହିଂସାକାଣ୍ଡ ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ଗୁଇନ୍ଦା ବିଭାଗ ସନ୍ଦେହ କରୁଛି । ଅପରପକ୍ଷରେ ପଞ୍ଜାବ ଗୁଇନ୍ଦା ବିଭାଗର ଏହି ଆଲର୍ଟ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁତର ସହ ଗ୍ରହଣ କରି ସୀମାନ୍ତଙ୍କୁ ସିଲ କରାଯାଇଛି । ଆତଙ୍କବାଦୀଙ୍କୁ ଠାବ କରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ