Connect with us

ଦେଶ

ଆଇଇଡି ବିସ୍ଫୋରଣରେ ୪ ଯବାନ ଆହତ

ସାଙ୍କେତିକ ଚିତ୍ର

ଆଇଇଡି ବିସ୍ଫୋରଣରେ ୪ ଯବାନ ଆହତ
ରାୟପୁର,୧୪ା୧୧ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ବୁଧବାର ଆଇଇଡି ବିସ୍ଫୋରଣରେ ୪ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନଙ୍କ ସମେତ ୬ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି । ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ସୋମବାର ବିଜାପୁରଠାରେ ମାଓବାଦୀ ଓ ସିଆରପିଏଫ୍ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା ଓ ୫ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ । ପ୍ରତିଶୋଧ ପରାୟଣ ହୋଇ ବୁଧବାର ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପୁନଃ ଆକ୍ରମଣ କରିଥିବା କୁହାଯାଉଛି ।

ସୂଚନା ଅନୁସାରେ ଆଇଇଡି ବିସ୍ଫୋରଣରେ ଯବାନଙ୍କ ବ୍ୟତୀତ ଜଣେ ସାଧାରଣ ନାଗରିକ ଏବଂ ଜିଲ୍ଲା ରିଜର୍ଭ ପୋଲିସ (ଡିଆରଜି)ର ଜଣେ କର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ