Connect with us

ଦେଶ

ତାମିଲନାଡୁରେ ‘ଗଜ’ର ତାଣ୍ଡବ

ସାଙ୍କେତିକ ଚିତ୍ର

ତାମିଲନାଡୁରେ ‘ଗଜ’ର ତାଣ୍ଡବ
୨୨ ମୃତ, ୭୬,୨୯୦ ଜଣଙ୍କୁ ସ୍ଥାନାନ୍ତର
ଚେନ୍ନାଇ,୧୬ା୧୧ : ତାମିଲନାଡୁ ଉପକୂଳ ଅତିକ୍ରମ କରି ସାରିଥିବା ଭୀଷଣ ଘୂର୍ଣ୍ଣିଝଡ ‘ଗାଜା’ ରାଜ୍ୟରେ ତାଣ୍ଡବ ମଚାଇଛି । ଏହିଝଡ କାରଣରୁ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ରେ ପହଂଚିଛି । ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ତାମିଲନାଡୁ ବିପର୍ଯ୍ୟସ୍ତ ପ୍ରଶମନ ପ୍ରାଧିକରଣ ଅନୁସାରେ ନିମ୍ନ ଇଲାକାରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି । ‘ଗାଜା’ର ପ୍ରଭାବ କାରଣରୁ ଅନେକ ରାଜ୍ୟରେ ଭୀଷଣ ବର୍ଷା ହୋଇଛି ।

ଶୁକ୍ରବାର ସକାଳେଏହି ଘୂର୍ଣ୍ଣିଝଡ ତାମିଲନାଡୁରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟରରେ ଗତିରେ ପ୍ରବାହିତ ହୋଇଥିଲା । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ମୁତାବକ ନିମ୍ନ ଇଲାକାରୁ ୭୬,୨୯୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କଡଲୁର, ନାଗପଟ୍ଟିନମ, ପୁଡୁକୋଟ୍ଟାଇ, ରାମନାଥପୁରମ, ତିରୁବରୁର, ତଞ୍ଜାପୁରରେ ୪୭୧ ଶିବିରରେ ୮୧,୯୪୮ ଜଣ ଲୋକେ ରହୁଛନ୍ତି । ଏହି ଝଡତୋଫାନ କାରଣରୁ ନାଗାପଟ୍ଟିନମ ଓ କରାଇକଲ ଜିଲ୍ଲାରେ ଶତାଧିକ ବିଜୁଳି ଖମ୍ବା ଭାଙ୍ଗି ଯାଇଛି ।

ମୁଖ୍ୟମନ୍ତ୍ରୀ ପଲାନିସାମୀ ଗାଜାରେ ମୃତ୍ୟୁ ଘଟିଥିବା ପରିଜନଙ୍କ ପ୍ରତି ୧୦ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କୁ ଏକଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ଗାଜା’କୁ ନେଇ ମୁଖ୍ୟମନ୍ତ୍ରୀ ପଲାନିସାମୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି । ରାଜନାଥ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଯଥା ସମ୍ଭବ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ