Connect with us

ଓଡିଶା

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ, ୯ଜଣ ଏମପି ପ୍ରାର୍ଥୀ

ସାଙ୍କେତିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ, ୯ଜଣ ଏମପି ପ୍ରାର୍ଥୀ

ପୁରୀ, ୪ ଅପ୍ରେଲ – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଗୁରୁବାର ଶେଷ ହୋଇଛି । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୯ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ନୟାଗଡ ଓ ରଣପୁର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ପୁରୀ ଲୋକସଭା ପ୍ରାର୍ଥୀଭାବେ ସମ୍ବିତ ପାତ୍ର (ବିଜେପି), ପିନାକୀ ମିଶ୍ର (ବିଜେଡି), ସତ୍ୟପ୍ରକାଶ ନାୟକ (କଂଗ୍ରେସ), ମନ୍ଦାକିନୀ ସେଠୀ (ସିପିଆଇଏମଏଲ ଲିବରେସନ), ରଞ୍ଜନ କୁମାର ମିଶ୍ର (ସିପିଆଇ ଏମଏଲ ରେଡଷ୍ଟାର), ସବ୍ୟସାଚି ମହାପାତ୍ର (କଳିଙ୍ଗ ସେନା), ଭାସ୍କର ଚନ୍ଦ୍ର ଦାସ (ଓଡିଶା ପ୍ରଗତି ଦଳ), ନୃସିଂହ ଚରଣ ଦାସ (ବିଏସପି) ଓ ଜୟପ୍ରକାଶ ସେଠୀ (ଅଖିଳ ଭାରତ ହିନ୍ଦୁ ମହାସଭା)ରୁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏପ୍ରିଲ ୫ରେ ପ୍ରାର୍ଥୀପତ୍ର ଯାଂଚ୍ ଓ ଏପ୍ରିଲ ୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଏପ୍ରିଲ ୨୩ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।

ପୁରୀ ସଦର ବିଧାନସଭା ପାଇଁ ଗୁରୁବାର ଦିନ ଜୟନ୍ତ କୁମାର ଷଡଙ୍ଗି (ବିଜେପି), ଇଂ. ଅରୋପ୍ରସାଦ ମିଶ୍ର (କଂଗ୍ରେସ), ଜିତେନ୍ଦ୍ରୀୟ ବେହେରା (ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ), ସୁଚେନ୍ଦ୍ର ଭୋଇ (ବିଏସପି) ଓ ଗୋପାଳକୃଷ୍ଣ ପଣ୍ଡା (ସ୍ୱାଧୀନ) ପ୍ରାର୍ଥୀଭାବେ ରିଟର୍ଣ୍ଣି ଅଫିସର ତଥା ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରମୋଦ ପରିଡା (କଳିଙ୍ଗ ସେନା), ବିହାରୀବନ୍ଧୁ ପଲେଇ (ବିଏସପି) ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ କୈଳାସ ବରାଳ (ସ୍ୱାଧୀନ) ଓ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଅଜିତ ମଙ୍ଗରାଜ (କଂଗ୍ରେସ) ପ୍ରାର୍ଥୀପତ୍ର ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା