Connect with us

ଓଡିଶା

ଟାଣୁଆ ନେତାଙ୍କ ମଧ୍ୟରେ ଲଢ଼େଇ-ଜୟପୁର ନିର୍ବାଚନ ମଣ୍ଡଳି

ସାଙ୍କେତିକ

ଜୟପୁର ନିର୍ବାଚନ ମଣ୍ଡଳି

ତିନି ଟାଣୁଆ ନେତାଙ୍କ ମଧ୍ୟରେ ଲଢ଼େଇ

ଜୟପୁର, ୪ ଅପ୍ରେଲ – କୋରାପୁଟ ଜିଲା ଜୟପୁର ନିର୍ବାଚନ ମଣ୍ଡଳିରେ ତ୍ରିମୁଖି ଲଢେଇ ହେବ । ଜିଲାରେ ସମସ୍ତ ଆସନ ସଂରକ୍ଷଣ ଥିବା ବେଳେ ଜୟପୁର ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏଠାରେ ଭାଜପା, ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । ଏହି ଲଢ଼େଇରେ କିଏ ବିଜୟୀ ହେବ ତାହା ଦେଖିବାକୁ ବାକି ରହିଲା ।

ଆସନ୍ତା ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ନିମନ୍ତେ ଭୋଟରଙ୍କୁ ନିଜ ସପକ୍ଷରେ ମନେଇବା ପାଇଁ ବିଜେଡି, କଂଗ୍ରେସ ଓ ଭାଜପା ତରଫରୁ ଆକର୍ଷଣ ଗାଡି ସାଙ୍ଗକୁ ମନୋଲଭା ଗୀତ ପରିବେଶକୁ ମୁଖରିତ କରୁଛି । ଅସ୍ଥାୟୀ କାର୍ଯ୍ୟାଳୟ ସହ ସଭା ସମିତି,  ବାଜା ବାଜଣାରେ ଗ୍ରାମ ଠାରୁ ସହର ଉଷ୍ମ ହୋଇ ଉଠିଛି । ମନ ଛୁଆଁ ଗୀତର ସୁରେ ସୁରେ ପ୍ରଚାର ଚାଲିଛି । ସବୁ ଦଳର ପ୍ରାର୍ଥି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ରେ ଲାଗିପଡିଛନ୍ତି । ଭୋଟରଙ୍କୁ ମନାଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ସ୍ଥାନୀୟ ଅଂଚଳରେ ଖୋଲାଯାଇଛି ଅସ୍ଥାୟୀ ଦଳିୟ କାର୍ଯ୍ୟାଳୟ । ଦଳିୟ ସଙ୍କେତରେ ସୁସଜ୍ଜିତ ଗାଡି ଗୁଡିକରେ ଆଧୁନିକି ସଙ୍ଗିତ ଲଗାଇ ହାଇଟେକ୍ ପ୍ରଚାର କରାଯାଉଛି ।  ବିଜେଡିର ରବିନାରାୟଣ ନନ୍ଦ, କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନିପତି ଓ ଭାଜପା ପ୍ରାର୍ଥୀ ଗୌତମ ସାମନ୍ତରାୟ, ବିଏସପିର କୃଷ୍ଣ ସଗରିଆ ବିଭିନ୍ନ ପ୍ରତିଶୃତି ପୁରଣ କରିବା ପାଇଁ ଭୋଟରଙ୍କୁ ପ୍ରଲୋଭନ କରୁଛନ୍ତି ।  ଗାଁ ଗଣ୍ଡାରେ ଭୋଜି ଭାତର ଆସର ମଧ୍ୟ ଜମି ଥିବା ବେଳେ ମିଶ୍ରଣ ପର୍ବ ମଧ୍ୟ ଜୋର ସୋରରେ ଚାଲିଛି । ଯେନତେନ ପ୍ରକାରେଣ ନିର୍ବାଚନୀ ବୈତରଣି ପାର୍ ହେବା ଲକ୍ଷ୍ୟ ନେଇ ବିଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ଉଦ୍ଦେଶ୍ୟରେ ପ୍ରତିଶୃତିର ସୁଅ ଛୁଟୁଛି । ସଭା, ସମାବେଶ, ଗୁପ୍ତ ବୈଠକ ସାଙ୍ଗକୁ ମନ ଛୁଆଁ ଗୀତର ସୁରେ ସୁରେ ପ୍ରଚାର ଚାଲିଛି । ଏ କ୍ଷେତ୍ରରେ ଜୟପୁର ନିର୍ବାଚନ ମଣ୍ଡଳି ମଧ୍ୟ ପଛରେ ପଡି ନାହିଁ । ସବୁ ଦଳର ପ୍ରାର୍ଥି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମରେ ଲାଗିପଡିଛନ୍ତି । ତାପମାତ୍ରାକୁ ଖାତିର ନକରି  ପ୍ରାର୍ଥି ମାନେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । ଭୋଟରଙ୍କୁ ମନାଇବା ଏବଂ ପ୍ରଚାର କାର୍ଯ୍ୟ ପରିଚାଳନା ପାଇଁ ବିଭିନ୍ନ ଦଳ ପକ୍ଷରୁ ସ୍ଥାନୀୟ ଅଂଚଳରେ ଖୋଲାଯାଇଛି ଅସ୍ଥାୟୀ ଦଳିୟ କାର୍ଯ୍ୟାଳୟ ।

ଐତିହାସିକ ତଥା ସ୍ୱାଭିମାନ ମାଟି ଭାବେ ପରିଚିତ ଜୟପୁର ବିଧାନସଭା ଆସନକୁ ନିଜ ଅକ୍ତିଆରରେ ରଖିବା ପାଇଁ ସମସ୍ତେ ବିଭିନ୍ନ ରଣ କୌଶଳ ଚଳାଇଛନ୍ତି । ବିଶେଷ କରି ଏହି ନିର୍ବାଚନ ମଣ୍ଡଳିରେ ବୋରିଗୁମ୍ମା ବ୍ଲକର ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ବେଳେ ଏବେ ସମସ୍ତ ପ୍ରାର୍ଥିଙ୍କ ନଜର ଉକ୍ତ ଅଂଚଳ ଉପରେ ରହିଛି । ସକାଳ ହେବା ମାତ୍ରେ ପ୍ରାର୍ଥି ମାନେ ନିଜ ନିଜ ସମର୍ଥକଙ୍କୁ ଧରି ନିର୍ବାଚନୀ ମଇଦାନକୁ ବାହାରି ଯାଉଛନ୍ତି । ଦଳିୟ ସଂକେତରେ ସୁସଜ୍ଜିତ ଗାଡି ଗୁଡିକରେ ଆଧୁନିକ ସଙ୍ଗିତ ଲଗାଇ ପ୍ରଚାର କରାଯାଉଛି । ଜୟପୁର ସହର ସହ ଗ୍ରାମାଚଂଳରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ମାନେ ଆକାଶ ଛୁଆଁ ପ୍ରତିଶୃତି ଦେଇ ଭୋଟରକୁ ଆକୃଷ୍ଟ କରିବାର ସବୁ  ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଆଗାମି ଦିନରେ ବିଜେଡି, ଭାଜପା ଓ କଂଗ୍ରେସର ପ୍ରଚାର ନିମନ୍ତେ ଷ୍ଟାର କ୍ୟାମ୍ପେନରମାନେ ଆସିବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା