Connect with us

ଓଡିଶା

କୌଣସି ଦଳରେ ଏବେ ଯୋଗ ଦେବେନି ଦିଲୀପ ରାୟ

ସାଙ୍କେତିକ

କୌଣସି ଦଳରେ ଏବେ ଯୋଗ ଦେବେନି ଦିଲୀପ ରାୟ

ରାଉରକେଲା, ୦୩ ଏପ୍ରିଲ – କୋଣସି ପଲିଟିକାଲ ଦଳରେ ଦିଲୀପ ରାୟ ଯୋଗ ଦେବେ ନାହିଁ ବୋଲି ଆଜି ରାଉରକେଲାରେ ପହଁଚି ଅପରାହ୍ନରେ ସୁଚନା ଦେଇ ଥିବା ବେଳେ ବିଜେପି କୁ ତେରଛା ଆକ୍ରମଣ କରିଛନ୍ତି ।ଆଜି ସକାଳେ ସେ ରାଉରକେଲାରେ ପହଁଚିବା ପରେ ମଡିଆ ତାଙ୍କର ପ୍ରତିକ୍ରିଆ ନେବାକୁ ଚାହିଁଥିଲେ ବି ସେ ପରେ ଜଣାଇବେ ବୋଲି କହିଥିଲେ । ଇସ୍ଥପାଂ ଦେଇ ସିଧା ବିଦେଶ ଗସ୍ତରେ ରହିବା ପରେ ବିଜେଡି,କଂଗ୍ରେସରେ ଯୋଗଦାନ କରିବା ନେଇ ଅନେକ କଥା ଓଡିଶାର ବିଭିନ୍ନ ମିଡିଆରେ ଅନେକ ପ୍ରଚାର ହେଲା । ପରେ ରାଉରକେଲା ଆଶି କହିଲେ ଖୁବ ଶିଘ୍ର କହିବି । ତାପରେ ହଠାତ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିବା ପରେ ସୁନ୍ଦରଗଡ ଜିଲ୍ଲାର ସବୁ ଟିକଟ ନବୀନ ବାଂଟିଲେ ସିନା ଦିଲୀପ ରାୟ ଯୋଗ ଦେବା ନେଇ ବିଜେଡି କିଛି ଷ୍ପଷ୍ଟ କଲାନାହିଁ ।

ଇତିମଧ୍ୟରେ ନିର୍ବାଚନ ପ୍ରଚାର ହେବା ଆରମ୍ଭ ହୋଇଥିବା ବେଳେ ଗତ ୩ ତାରିଖରେ ଦିଲୀପଙ୍କୁ ନେଇ କିଛି ନୁଆ କଥା ପଦାକୁ ଆସିବ ବୋଲି ଆଲୋଚନା ଚାଲିଥିଲେ ବି କିଛି କଥା ବାହାରକୁ ଆସିଲା ନାହିଁ । ଏହା ଭିତରେ ପ୍ରାୟ ସବୁ ପ୍ରକାର ଅପସନ ଦିଲୀପଙ୍କ ଲାଗି ସରିଯାଇଥିବା ବେଳେ ତାଙ୍କ ବଡଭାଇ ବିଜୟ ମହାପାତ୍ର ଚାଲାକିର କାମ କରି ବିଜେପିକୁ ଫେରି ଟିକେଟ ମଧ୍ୟ ନେଇଗଲେ । ହେଲେ ଦିଲୀପ ଯେଉଁଠିକୁ ସେଇଠି ରହିଗଲେ । ତେବେ ବଡଭାଇ ବିଜୟଙ୍କୁ ଭାଇ ହିସାବରେ ଜାହା ସହେଯାଗ କରିବା କଥା କରିବେ ବୋଲି କହିଛନ୍ତି ।

ଆଜି ସେ ଗଣମଧ୍ୟମକୁ କହିଛନ୍ତି ଯେ,ଆଇଜିଏଚ, ବ୍ରାହ୍ମଣୀ ପୋଲ ମାମଲା ରେ ଧୋକା ଦେଇଥିବା ଦଳକୁ ନିର୍ବାଚନରେ ବିରୋଧ କରାଜିବା ସହ ଭୋଟ ନଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ତା କୌଣସି ଦଳରେ ଯୋଗ ଦାନ ଏବେ କରିବେନି ରାଉରକେଲାରେ ଯେଉଁ ଦଳ ବା ବ୍ୟକ୍ତି  ଜିତିବାର ସମ୍ଭାବନା ରହୁଛି ତାକୁ ସାହାଜ୍ୟ କରାଜିବ ବୋଲି କହିଛନ୍ତି । ଦିଲୀପଙ୍କର ଏଭଳି ମନ୍ତବ୍ୟ ଲୋକ ଲୋଚନରେ ସେତେଟା ପ୍ରଭାବ ପକାଇବନାହିଁ ବୋଲି ପୁରୁଣା ପଲିଟିକାଲ ଲୋକ କହୁଥିବା ବେଳେ ଯଦି ସେ କାହାଲାଗି ପ୍ରଚାର କରିବାକୁ ଯାଆନ୍ତି ଓ ଅନ୍ୟ ସବୁ ପ୍ରକାର ସହେଯାଗ କରନ୍ତି ତେବେ କିଛି ଫରକ ପଡିପାରେ ।ନଚେତ ଏଭଳି କଥାରେ କିଛିଲାଭ ନାହିଁ ବୋଲି ତାଂକ ସହ କାମ କରିଥିବା ପୁରାତନ ଲୋକେ ପ୍ରକାଶ କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା