Connect with us

ଆଞ୍ଚଳିକ

ବନ୍ୟା ପୀଡ଼ିତଙ୍କ ପାଇଁ ୧୫ ଦିନିଆ ରିଲିଫ

ସାଙ୍କେତିକ ଚିତ୍ର

ବନ୍ୟା ପୀଡ଼ିତଙ୍କ ପାଇଁ ୧୫ ଦିନିଆ ରିଲିଫ

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାରଦିନ ବନ୍ୟା ପୀଡ଼ିତଙ୍କ ପାଇଁ ୧୫ ଦିନିଆ ରିଲିଫ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପରିବାରର ବରିଷ୍ଠ ସଦସ୍ୟଙ୍କୁ ଦିନକୁ ୬୦ ଟଙ୍କା ରିଲିଫ ମିଳିବ । ସେହିପରି ରାଜ୍ୟ ସରକାର ବନ୍ୟା ପ୍ରଭାବିତ ପରିବାରର କନିଷ୍ଠ ସଦସ୍ୟଙ୍କୁ ୪୫ ଟଙ୍କା ରିଲିଫ ଯୋଗାଇଦେବେ ।

ରାଜ୍ୟ ସଚ୍ଚିବାଳୟ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ସରକାର ଏକ ୪ ଜଣିଆ ପରିବାରକୁ ହାରାହାରି ୩ ହଜାର ଟଙ୍କାର ରିଲିଫ ଯୋଗାଇବେ । ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ ପ୍ୟାକେଜ ଘୋଷଣା କରିଛନ୍ତି ।ଏହି ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ