Connect with us

ଓଡିଶା

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ

ସାଙ୍କେତିକ

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ
ଭୁୁବନେଶ୍ୱର, ୧୮ ନଭେମ୍ବର – ମହାରାଷ୍ଟ୍ର ଢାଞ୍ଚାରେ ଓଡିଶାର ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ଆଇନ୍ ଆଣିବା ପାଇଁ ଦାବି କରିଛନ୍ତି ଉଭୟ ଶାସକ ଓ କଂଗ୍ରେସ ଦଳର ସଭ୍ୟ ।
ସୋମବାର ଅପରାହ୍ନରେ ବିଧାନସଭାର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଲେ ଯେ ସାମ୍ବାଦିକ ସଂଘର ପ୍ରତିନିଧି ତାଙ୍କୁ ଭେଟିଥିଲେ ଏବଂ ଦାବିପତ୍ର ଦେଇଥିଲେ । ଅମର ଶତପଥୀ , ସନ୍ତୋଷ ସିଂହ ସାଲୁଜା , ସୁର ରାଉତରାୟ, ପ୍ରଫୁଲ୍ଲ ସାମଲ କହିଥିଲେ ଯେ ଓଡିଶାରେ ସାମ୍ବାଦିକ ମାନଙ୍କ ଚିହ୍ନଟ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଶ୍ରମ ବିଭାଗ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଏହି କାର୍ଯ୍ୟରେ ବିଳମ୍ବ ଘଟୁଛି । ସାମ୍ବାଦିକଙ୍କ ପାଇଁ ଉର୍ଦ୍ଦିଷ୍ଟ ବୀମା ରାଶି ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା