Connect with us

ଓଡିଶା

୬୫ଟି ପୌର ସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି

ସାଙ୍କେତିକ ଚିତ୍ର

ଭୁବନେଶ୍ୱର:- ରାଜ୍ୟ ସରକାର ୬୫ଟି ପୌର ସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟକାଳ ସେପ୍ଟେମ୍ବର ୨୯ରେ ଶେଷ ହୋଉଥିବାରୁ ସେଠାରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୩୦ ଠାରୁ ୨୦ଟି ଜିଲ୍ଲାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନିର୍ବାଚିତ ଲୋକପ୍ରତିନିଧିଙ୍କ ପରିବର୍ତ୍ତେ ସମସ୍ତ କ୍ଷମତା ପ୍ରଶାସନକଙ୍କ ହାତରେ ରହିବ । ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳ ସେପ୍ଟେମ୍ବର ୨୯ରେ ଶେଷ ହୋଇଥିବାରୁ ଓ ସେଠାରେ ନିର୍ବାଚନ ଅନୁଷ୍ଠିତ ହୋଇନଥିବାରୁ ପ୍ରଶାସକମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ହାତରେ ବ୍ରହ୍ମପୁର ନଗର ନିଗମର କ୍ଷମତା ରହିବ । ଗଞ୍ଜାମ ଜିଲ୍ଲାର ୧୭ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ, ଉପ-ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ହାତରେ ଏହି କ୍ଷମତା ରହିବ । ସେହିପରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ପ୍ରଶାସକ ଦାୟିତ୍ୱ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା