Connect with us

ଅପରାଧ

ଜ୍ଞାନେନ୍ଦ୍ରଙ୍କ ମୃତ୍ୟୁ ହୋଇନି-ପୁଲିସ 

ସାଙ୍କେତିକ ଚିତ୍ର

ବେଆଇନ୍‌ ବାଣ କାରଖାନାର ବିସ୍ଫୋରଣ ଧୂଆଁରେ ଜ୍ଞାନେନ୍ଦ୍ର ଧୂଆଁ
ଜ୍ଞାନେନ୍ଦ୍ରଙ୍କ ମୃତ୍ୟୁ ହୋଇନି-ପୁଲିସ

ଭୁବନେଶ୍ୱର : ବନମାଳିପୁର ନୂଆସାହିରେ ଗତକାଲି ଭୟଙ୍କର ବାଣ ବିସ୍ଫୋରଣ ଘଟଣା ବାଲିପାଟଣା ଥାନା ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏହି ବିସ୍ଫୋରଣରେ ଜ୍ଞାନେନ୍ଦ୍ରଙ୍କ ମୃତ୍ୟୁ ଘଟିନଥିବା ପୁଲିସ ଦୃଢ଼ତାର ସହ କହୁଛି । ଦୁର୍ଘଟଣାରେ କେବଳ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ପ୍ରଚଣ୍ତ ବିସ୍ଫୋରଣ ପରେ ଜ୍ଞାନେନ୍ଦ୍ର ଘଟଣାସ୍ଥଳରୁ ଜନ ଆକ୍ରୋଶ ଓ ଗିରଫ ଭୟରେ ଖସି ଯାଇଥିବା ପୁଲିସ୍‌ ଆଜି ସ୍ପଷ୍ଟ କରିଛି । ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି ।

ଏନେଇ ବାଲିପାଟଣା ଥାନାରେ କେସ୍‌ ନ˚-୨୦୧/୧୮ରେ ମାମଲା ରୁଜୁ ହୋଇଛି । ଅପରପକ୍ଷେ ଜ୍ଞାନେନ୍ଦ୍ରଙ୍କ ଶୋଇବା ଘର, ଛାତ ଉପର, ଜ୍ଞାନେନ୍ଦ୍ରଙ୍କ ଘରଠାରୁ ଦୂରରେ ଥିବା ଭାଇ ଉପେନ୍ଦ୍ର ଓ ନତେନ୍ଦ୍ରଙ୍କ ଘରୁ ଓ ଘରପାଖରୁ ଗଦାଗଦା ବାଣ ମିଳିବାରୁ ପୁଲିସ୍‌ ଓ ଦମକଳ ବାହିନୀ କର୍ମଚାରୀମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗିରଫ ଭୟରେ ଜ୍ଞାନେନ୍ଦ୍ରଙ୍କ ଭାଇମାନେ ଫେରାର୍‌ ଥିବାରୁ ସ୍ଥାନୀୟ ସରପଞ୍ଚ, ୱାର୍ଡସଭ୍ୟଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇ ଘରୁ ବସ୍ତା ବସ୍ତା ଶକ୍ତିଶାଳୀ ବାଣ ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ତୁରନ୍ତ ସେମାନଙ୍କ ଗାଁରୁ ବେଆଇନ୍‌ ବାଣ କାରଖାନା ବନ୍ଦ କରିବା ପାଇଁ ପୁଲିସ୍‌ ନିକଟରେ ଦାବି କରିଥିଲେ ଓ ପୁଲିସ୍‌ ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ