Connect with us

ଓଡିଶା

ଏମ୍‌ସିଏଲ୍‌ ବିସ୍ଥାପିତ ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ସାଙ୍କେତିକ ଚିତ୍ର

ଏମ୍‌ସିଏଲ୍‌ ବିସ୍ଥାପିତ ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଏବଂ ଝାରସୁଗୁଡ଼ାରେ ମହାନଦୀ କୋଲଫିଲ୍ଡ ଲିମିଟେଡ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ବିସ୍ଥାପିତ ଲୋକଙ୍କୁ ଥଇଥାନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କ୍ଷତିଗ୍ରସ୍ତ ଲୋକଙ୍କୁ ଯଥାଶୀଘ୍ର ଥଇଥାନ କରାଯାଉ । ସେ କହିଛନ୍ତି ଏମ୍‌ସିଏଲ୍‌କୁ ଦିଆଯାଇଥିବା ଜମିର କିଛି ଅଂଶ ବ୍ୟବହାର ହୋଇ ପାରୁ ନାହିଁ । ଯେଉଁ ଜମି ବ୍ୟବହାର ହୋଇପାରୁ ନାହିଁ, ତାହା ଲୋକଙ୍କୁ ଫେରାଇ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଏମସିଏଲ୍‌କୁ ୨୩ ହଜାର ୩୦୦ ହେକ୍ଟ ଜମି ଦିଆଯାଇଥିବା ବେଳେ ଏଥିରୁ କେବଳ ୧୦ ହଜାର ୭୦୦ ହେକ୍ଟର ଜମି ବ୍ୟବହୃତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା