Connect with us

ଅପରାଧ

ଜେଲ୍‌ ଅଧିକାରୀ ବ୍ରଜେଶଙ୍କ ନିକଟରୁ ୪୦ ଜଣଙ୍କ ମୋବାଇଲ୍‌ ନମ୍ବର ପାଇଛନ୍ତି।

ମୁଜାଫର୍‌ନଗର: ବିହାର ରାଜନୀତି ରେ ହଟଚମଟ ସୃଷ୍ଟି କରିଥିବା ମୁଜାଫର୍‌ନଗରର ଆଶ୍ରୟ ଗୃହ (ସେଲ୍‌ଟର୍‌ ହୋମ୍‌) ଦୁଷ୍କର୍ମ ଘଟଣାରେ ରେ ୩୪ ଜଣ ନାବାଳିକାଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବ୍ରଜେଶ ରହୁଥିବା ଜେଲ୍‌କୁ ଜେଲ୍‌ ଅଧିକାରୀ ନିକଟରେ ଗୁପ୍ତ ଭାବେ ଚଢ଼ାଉ କରିବାକୁ ଯାଇଥିଲେ। ସେମାନେ ଏହି ଗୁପ୍ତ ଚଢ଼ାଉକରି ବ୍ରଜେଶଙ୍କ ନିକଟରୁ ୪୦ ଜଣଙ୍କ ମୋବାଇଲ୍‌ ନମ୍ବର ପାଇଛନ୍ତି।

୨ ପୃଷ୍ଠା ସମ୍ବଳିତ ଏକ କାଗଜରେ ନିଜ ହାତରେ ଏହି ନମ୍ବରଗୁଡ଼ିକ ଲେଖିଥିବା ଜାଣିବାକୁ ମିଳିଛି। ସେହି କାଗଜରେ ୪୦ଟି ମୋବାଇଲ୍‌ ନମ୍ବର ସହ ୪୦ ଜଣଙ୍କ ନାମ ଲେଖାଥିବା ଜଣାପଡ଼ିଛି ।ଅଧିକାରୀ ଜଣକ ଅଚାନକ ପହଞ୍ଚିବା ପରେ ଜେଲ୍‌ ମଧ୍ୟରେ ସର୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ରଜେଶଙ୍କ ନିକଟରୁ ମିଳିଥିବା ୨ ପୃଷ୍ଟା ବିଶିଷ୍ଟ କାଗଜରେ ଥିବା ଫୋନ୍‌ ନମ୍ବର ମଧ୍ୟରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଯଥା: ମନ୍ତ୍ରୀ ଓ ଅଧିକାରୀଙ୍କ ନମ୍ବର ରହିଥିଲା ବୋଲି ଜାଣିବାକୁ ମିଳିଛି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ