Connect with us

ଅପରାଧ

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାମଲା – କେଜରିୱାଲ, ସିସୋଦିଆଙ୍କ ସମେତ ୧୧ ବିଧାୟକ ଅଭିଯୁକ୍ତ

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାମଲା - କେଜରିୱାଲ, ସିସୋଦିଆଙ୍କ ସମେତ ୧୧ ବିଧାୟକ ଅଭିଯୁକ୍ତ

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ ମାମଲା
କେଜରିୱାଲ, ସିସୋଦିଆଙ୍କ ସମେତ ୧୧ ବିଧାୟକ ଅଭିଯୁକ୍ତ
ନୂଆଦିଲ୍ଲୀ,୧୩ା୮ : ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମାମଲାରେ ଦିଲ୍ଲୀ ପୋଲିସ ସୋମବାର ସ୍ଥାନୀୟ ଏକ କୋଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ସହିତ ୧୧ଜଣ ବିଧାୟକଙ୍କୁ ଅଭିଯୁକ୍ତ କରାଯାଇଛି । ଅଭିଯୁକ୍ତ ବିଧାୟକମାନେ ହେଲେ ବିଧଶୟକ ଅମାନତୁଲ୍ଲା ଖାନ୍, ପ୍ରକାଶ ଜରୱାଲ, ନୀତୀନ ତ୍ୟାଗୀ, ଋତୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଅଜୟ ଦତ୍ତ, ରାଜେଶ ଋଷି, ରାଜେଶ ଗୁପ୍ତା, ମଦନ ଲାଲା, ପ୍ରବୀଣ କୁମାର ଏବଂ ଦିନେଶ ମୋହନିଆ । ଅତିରିକ୍ତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଲ ଏହି ଅଭିଯୋଗଫର୍ଦ୍ଦ ଉପରେ ଅଗଷ୍ଟ ୨୫ରେ ବିଚାର କରିବେ । ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଅଧ୍ୟକ୍ଷତାରେ ତାଙ୍କ ସରକାରୀ ବାସଭବନରେ ଫେବୃଆରୀ ୧୯ ରାତିରେ ଅନୁଷ୍ଠିତ ଏକ ଜରୁରୀ ବୈଠକ ବେଳେ ଆପ୍ ବିଧାୟକ ଅମ୍ମାନତୁଲ୍ଲା ଏବଂ ଅନ୍ୟଜଣେ ଆପ୍ ବିଧାୟକ ପ୍ରକାଶଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଦିଲ୍ଲୀ ସରକାର ଏବଂ ଅମଲାତନ୍ତ୍ର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଏକ ଏଫ୍ଆଇଆର ରୁଜୁ ହୋଇଥିଲା । ପ୍ରକାଶଙ୍କ ନେତୃତ୍ୱରେ ଆଇଏଏସ୍ ଅଧିକାରୀମାନେ ଦିଲ୍ଲୀ ସଚିବାଳୟଠାରୁ ରାଜଘାଟ ପର୍ଯ୍ୟନ୍ତ ‘ସମ୍ମାନ ପାଇଁ ଅଭିଯାନ’ ଚଳାଇଥିଲେ । ବିଧାୟକ ଅମାନତୁଲ୍ଲା ଏବଂ ଜରୱାଲଙ୍କୁ ପୋଲିସ ଗିରଫ କରିଥିଲା । ମେ’ ୧୮ରେ ଦିଲ୍ଲୀ ପୋଲିସ ଏହି ମାମଲାରେ କେଜରିୱାଲଙ୍କୁ ତିନି ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚୁରା କରିଥିଲା । ଏହାପୂର୍ବରୁ ପୋଲିସ କେଜରିୱାଲଙ୍କ ଉପସ୍ଥିତିରେ ତାଙ୍କ ଘରେ ଏହି ୧୧ଜଣ ବିଧାୟକଙ୍କୁ ପଚରାଉଚୁରା କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ