Connect with us

ଅପରାଧ

ଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର ।

ଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର ।

ଓଏଚଆରଡିସି ଦୁର୍ନୀତି ପାଇଁ ଜେଲ୍ ଗଲେ ବିନୋଦ କୁମାର ।
ଭୁବନେଶ୍ୱର,୧୦ା୮ : ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ (ଓଏଚଆରଡିସି) ଦୁର୍ନୀତି ମାମଲାରେ ଏହାର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ୍ ଅଧିକାରୀ ବିନୋଦ କୁମାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଇଏଏସ୍ ବିନୋଦ କୁମାରଙ୍କ ନାମରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯେଉଁ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ଏହା ଉପରେ ଚଳିତମାସ ଅର୍ଥାତ ଅଗଷ୍ଟ ମାସ ୧୦ ତାରିଖ ଯାଏ ଓଡ଼ିଶା ହାଇକୋର୍ଟ ବିନୋଦ କୁମାରଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିଲେ । ଏହି ଅବଧି ଶେଷ ହେବା ପୂର୍ବରୁ ବିନୋଦ କୁମାର ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଓଏଚଆରଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଏଚଆରଡିସି ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର (ଆଇଏଏସ୍) ,ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ନାମରେ ଜାମିନୀ ବିହିନ ଗିରଫ ପରୱାନା ଜାରି କରିଥିଲେ । ପରେ ଏନେଇ ଆଇଏଏସ୍ ବିନୋଦ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାକୁ ଉଠାଇ ଦେବାକୁ ନିବେଦନ କରିଥିଲେ । ହାଇକୋର୍ଟ ୨ଟି ପର୍ଯ୍ୟାୟରେ ଅଗଷ୍ଟ ୧୦ ତାରିଖ ଯାଏ ବିନୋଦ କୁମାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଥିଲେ । ଆଜି ହାଇକୋର୍ଟଙ୍କ ଠାରୁ ମିଳିଥିବା ସମୟ ଅବଧି ଶେଷ ହେବା ପରେ ଆଇଏଏସ୍ ବିନୋଦ କୁମାର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ