Connect with us

ଅପରାଧ

ଜେଲରେ ଅଭାବନୀୟ କାଣ୍ଡ

ସାଙ୍କେତିକ ଚିତ୍ର

ଜେଲରେ ଅଭାବନୀୟ କାଣ୍ଡ
ଆଜୀବନ ଦଣ୍ଡିତ କଏଦୀ ଆକ୍ରମଣରେ ବିଚାରଧୀନ ଅଭିଯୁକ୍ତ ମୃତ
ବାଲେଶ୍ୱର:- ବାଲେଶ୍ୱର ଜିଲ୍ଲା ମୁଖ୍ୟ କାରଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ଆକ୍ରମଣରେ ଜାମିନ୍ ଅକ୍ଷୋରେ ଥିବା ଜନୈକ ବିଚାରଧୀନ ଅଭିଯୁକ୍ତର ଆଜି ମୃତ୍ୟୁ ହୋଇଯାଇଛି । ମୃତବ୍ୟକ୍ତି ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଘୋଡ଼ାପଦା ଅଞ୍ଚଳର ଅଞ୍ଚଳର ରାମଚନ୍ଦ୍ର ଦାସ(୫୨) । ଦୁଇଦିନ ପୂର୍ବରୁ ଚୋରା ମଦ ବିକ୍ରି ଅଭିଯୋଗରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା । ଜାମିନ୍ ନମିଳିବା ଯୋଗୁଁ ସେ ଜିଲ୍ଲା ମୁଖ୍ୟ ଜେଲରେ ବିଚାର ବିଭାଗ ହାଜତରେ ଥିଲେ ।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ରାମଚନ୍ଦ୍ର ଜେଲ ପରିସରରେ ବସିଥିବା ବେଳେ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଖଇରା ଅଞ୍ଚଳର ଭାଗିରଥି ଗିରିଙ୍କ ପୁତ୍ର ଶରତ ଗିରି(୪୧) ପଥର ଖଣ୍ଡରେ ତାଙ୍କ ମୁଣ୍ଡକୁ ବାଡ଼େ଼ଇ ଦେଇଥିଲା । ସେ ତଳେ ପଡ଼ିଯିବା ପରେ ଶରତ ପଥରରେ ତାଙ୍କ ମୁଣ୍ଡକୁ ବାରମ୍ବାର ଛେଚିଥିଲା । ତେବେ ରାମଚନ୍ଦ୍ରଙ୍କ ଚିକ୍ରାର ଶୁଣି କିଛି ଦୂରରେ ଥିବା ଅନ୍ୟ କଏଦୀ ଓ ଜେଲର କର୍ମଚାରୀମାନେ ଦୌଡ଼ି ଆସି ଶରତକୁ କାବୁ କରି ନେଇଥିଲେ । ରାମଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପ୍ରାୟ ଅଧଘଣ୍ଟାଏ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ରାମଚନ୍ଦ୍ରଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ ।

ଏନେଇ ତାଙ୍କ ପୁତ୍ର ସନ୍ତୋଷ ଦାସ ସହଦେବଖୁଣ୍ଟା ଥାନାରେ ଏକ ଏତଲା ଦାୟର କରିଛନ୍ତି । ଜେଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏ ସମ୍ପର୍କରେ ଜେଲର ଭାରପ୍ରାପ୍ତ ଅଧୀକ୍ଷକ ଶୁଭ୍ରକାନ୍ତ ମିଶ୍ରଙ୍କୁ ପଚାରିବାରୁ, ଆକ୍ରମଣକାରୀ ଶରତ ଜଣେ ମାନସିକ ବିକୃତ ରୋଗୀ ବୋଲି ସେ କହିଛନ୍ତି । ୨୦୦୯ ମସିହାରେ ଏକ ହତ୍ୟା ମାମଲାରେ ଗିରଫ ହୋଇ ଶରତ ଜେଲରେ ଥିଲେ । ୨୦୧୨ ମସିହାରେ ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ହୋଇଥିଲା । ଜେଲକୁ ଆସିବାର ୨/୪ ବର୍ଷ ପର୍ଯ୍ୟନ୍ତ ଶରତର ପାଗଳାମୀ ଦେଖିବାକୁ ମିଳିଥିଲା । ମାତ୍ର ଗତ ୪ ବର୍ଷ ଧରି ସେ ସୁସ୍ଥ ମାନସିକତା ଭାବେ ବ୍ୟବହାର କରୁଥିଲେ ବୋଲି ଅଧୀକ୍ଷକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ଅନ୍ୟାନ୍ୟ ସାଧାରଣ କଏଦୀଙ୍କ ଭଳି ଆଚରଣ କରୁଥିବା ଶରତ ଆଜି ହଠାତ କେମିତି ଆକ୍ରମଣ କଲା ତାହା ଅବଶ୍ୟ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ