Connect with us

ଓଡିଶା

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଉଦଘାଟିତ

ସାଙ୍କେତିକ ଚିତ୍ର

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଉଦଘାଟିତ
ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ସୁବିଧା ଦିଆଯିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୧୧ : ବର୍ଣ୍ଣାଢ଼୍ୟ ପରିବେଶ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ଜନତା ମୈଦାନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ୫ଦିନିଆ ମେଗା ଇନଭେଷ୍ଟର ମିଟ୍ (ମେକ-ଇନ-ଓଡ଼ିଶା କନକ୍ଲେଭ)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନୂତନ ଓଡ଼ିଶାକୁ ସମସ୍ତ ଶିଳ୍ପ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ କନକ୍ଲେଭର ସଫଳତା କାମନା କରିଥିଲେ ।

ସେ କହିଥିଲେ ଯେ, ଏହି କନକ୍ଲେଭ ଭବିଷ୍ୟତ ପିଢ଼ୀକୁ ପ୍ରୋତ୍ସାହନ ଦେବ । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କନକ୍ଲେଭ ସମୟରେ ଯେଉଁ ଶିଳ୍ପସଂସ୍ଥାମାନେ ଆଗ୍ରହ ପ୍ରକାଶ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସହାୟକ ହୋଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଦେଶରେ ଦକ୍ଷ ଶ୍ରମଶକ୍ତି ବୃଦ୍ଧି କରିବାରେ ଓଡ଼ିଶାର ଯଥେଷ୍ଟ ଅବଦାନ ରହିଛି । କେବଳ ସେତିକି ନୁହେଁ, ଦେଶର ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିଛି । ସେହିପରି ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତ କରିବା, ସ୍ମାର୍ଟସିଟି ପ୍ରଚାର କରିବା, ଦାରିଦ୍ର‌୍ୟ ଦୂର କରିବା କ୍ଷେତ୍ରରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି । ରାଜ୍ୟ ସରକାର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯେଉଁସବୁ ସୁବିଧା ସୁଯୋଗ ଦେଉଛନ୍ତି ସେଗୁଡ଼ିକର ଲାଭ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏହି କନକ୍ଲେଭରେ ଷ୍ଟଲ ଖୋଲିଥିବା କମ୍ପାନୀ ହେଲେ ଆଦାନି ଗ୍ରୁପ, ବିର୍ଲା ଫେସନ, ବ୍ରିଟାନିଆ ଇଣ୍ଡ୍ରଷ୍ଟିଜ୍ ଲିମିଟେଡ, ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଜ, ହିନ୍ଦୁସ୍ଥାନ କୋକାକୋଲା ବେଭେରେଜ, ଆଇଓସିଏଲ୍, ଇଣ୍ଡୋ ନିସାନ ଫୁଡ୍ ପ୍ରାଇଭେଟ ଲିମିଟେଡ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ, ପାର୍ଲେ ଆଗ୍ରୋ ପ୍ରାଇଭେଟ ଲିମିଟେଡ୍, ରିଲାଏନ୍ସ, ଜିଓ ଇମ୍ଫୋକମ୍ ଲିମିଟେଡ, ଟିସିଏସ୍, ଟାଟାଷ୍ଟିଲ୍, ଅଲଟ୍ରା ଟେକ୍ ଲିମିଟେଡ, ବେଦାନ୍ତ । ଏହି ଷ୍ଟଲଗୁଡ଼ିକ ମୁଖ୍ୟମନ୍ତ୍ରୀ ବୁଲି ପରିଦର୍ଶନ କରିଥିଲେ ।

ଶିଳ୍ପ ସଂଘ ଫିକି ସହଯୋଗରେ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି କନକ୍ଲେଭରେ ଇଲେକ୍ଟ୍ରୋନିକ୍ସ, ଆଇଟି, ଧାତବ ଡାଉନସ୍କିମ୍, ଟେକ୍ଟାଇଲ୍ସ, କେମିକାଲ, ପେଟ୍ରୋ କେମିକାଲ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ଆଲୋଚନାର ପ୍ରାସଙ୍ଗିକତା ରହିବ । ଏଥିରେ ଜାପାନରୁ ଏକ କୋଡ଼ିଏଜଣିଆ ଟିମ୍ ଜାପାନ ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଏଠାରେ ଆସି ପହଂଚୁଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା